ବିମାନ ଦୁର୍ଘଟଣାରେ ମାଲୱି ଉପରାଷ୍ଟ୍ରପତି ସିଲିମାଙ୍କ ସମେତ ୧୦ ମୃତ

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ନିଖୋଜ ଥିବା ମାଲୱି ଉପରାଷ୍ଟ୍ରପତି ସାଉଲୋସ ସିଲିମାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଲାଜାରୁମ୍ ଚକୱେରା ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ଗୋଟିଏ ଦିନରୁ ଅଧିକ ସମୟ ପାଇଁ ଖୋଜାଖୋଜି କରାଯିବା ପରେ ଦୁର୍ଘଟଣାଗ୍ରସ୍ତ ସାମରିକ ବିମାନର ଭଗ୍ନାଂଶକୁ ଦେଶର ଉତ୍ତରାଞ୍ଚଳର ଏକ ପାର୍ବତ୍ୟାଞ୍ଚଳରେ ଠାବ କରାଯାଇଥିଲା। ବିମାନରେ ଯାତ୍ରା କରୁଥିବା କୌଣସି ବ୍ୟକ୍ତି ଜୀବିତ ନାହାନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ବିମାନରେ ଉପରାଷ୍ଟ୍ରପତି ସିଲିମାଙ୍କ ସମେତ ପୂର୍ବତନ ପ୍ରଥମ […]

Samaya Live Picture
Published On

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ନିଖୋଜ ଥିବା ମାଲୱି ଉପରାଷ୍ଟ୍ରପତି ସାଉଲୋସ ସିଲିମାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଲାଜାରୁମ୍ ଚକୱେରା ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ଗୋଟିଏ ଦିନରୁ ଅଧିକ ସମୟ ପାଇଁ ଖୋଜାଖୋଜି କରାଯିବା ପରେ ଦୁର୍ଘଟଣାଗ୍ରସ୍ତ ସାମରିକ ବିମାନର ଭଗ୍ନାଂଶକୁ ଦେଶର ଉତ୍ତରାଞ୍ଚଳର ଏକ ପାର୍ବତ୍ୟାଞ୍ଚଳରେ ଠାବ କରାଯାଇଥିଲା। ବିମାନରେ ଯାତ୍ରା କରୁଥିବା କୌଣସି ବ୍ୟକ୍ତି ଜୀବିତ ନାହାନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ବିମାନରେ ଉପରାଷ୍ଟ୍ରପତି ସିଲିମାଙ୍କ ସମେତ ପୂର୍ବତନ ପ୍ରଥମ ମହିଳା ସାନିଲ ଡିଜିମବିରି ଯାତ୍ରା କରୁଥିଲେ। ବିମାନଟି ରାଜଧାନୀ ଲିଲଙ୍ଗୱେରୁ ଉତ୍ତରରେ ଅବସ୍ଥିତ ଏମଜୁଜୁକୁ ଯାତ୍ରା କରୁଥିଲା। ଏଥିପାଇଁ ୪୫ ମିନିଟ ସମୟ ଲାଗିଥାନ୍ତା। କିନ୍ତୁ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ରାଡାରରୁ ଉଭାନ ହୋଇଯାଇଥିଲା। ଏହାପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

Tags: