ବିମାନବନ୍ଦରରୁ ଗିରଫ ପରେ ପୁଲିସ୍ ରିମାଣ୍ଡରେ ପ୍ରଜ୍ବଳ ରେବନ୍ନା
ନୂଆଦିଲ୍ଲୀ: କର୍ଣ୍ଣାଟକର ନିଲମ୍ବିତ ଜେଡିଏସ୍ (ଜନତା ଦଳ ସେକ୍ୟୁଲାର) ସାଂସଦ ଏବଂ ଦୁଷ୍କର୍ମ ଅଭିଯୁକ୍ତ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ଗିରଫ କରାଯାଇଛି। ପ୍ରଜ୍ବଳ ଜର୍ମାନୀରୁ ଫେରିବାପରେ ତାଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡ଼ା ବିମାନବନ୍ଦରରୁ ହାଜତକୁ ନିଆଯାଇଛି। ସେ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ୫ ଜଣିଆ ସଦସ୍ୟ ବିଶିଷ୍ଟ ଏକ ମହିଳା ପୁଲିସ ଟିମ୍ ଗିରଫ କରିଥିଲେ। ଗିରଫ ପରେ ହାସନ ସାଂସଦଙ୍କୁ ଏକ ରୁଟିନ ମେଡିକାଲ ଚେକଅପ୍ ପାଇଁ ସିଟି ହସ୍ପିଟାଲ ନିଆଯାଇଥିଲା। ଏହାପରେ ତାଙ୍କୁ […]
ନୂଆଦିଲ୍ଲୀ: କର୍ଣ୍ଣାଟକର ନିଲମ୍ବିତ ଜେଡିଏସ୍ (ଜନତା ଦଳ ସେକ୍ୟୁଲାର) ସାଂସଦ ଏବଂ ଦୁଷ୍କର୍ମ ଅଭିଯୁକ୍ତ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ଗିରଫ କରାଯାଇଛି। ପ୍ରଜ୍ବଳ ଜର୍ମାନୀରୁ ଫେରିବାପରେ ତାଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡ଼ା ବିମାନବନ୍ଦରରୁ ହାଜତକୁ ନିଆଯାଇଛି। ସେ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ୫ ଜଣିଆ ସଦସ୍ୟ ବିଶିଷ୍ଟ ଏକ ମହିଳା ପୁଲିସ ଟିମ୍ ଗିରଫ କରିଥିଲେ। ଗିରଫ ପରେ ହାସନ ସାଂସଦଙ୍କୁ ଏକ ରୁଟିନ ମେଡିକାଲ ଚେକଅପ୍ ପାଇଁ ସିଟି ହସ୍ପିଟାଲ ନିଆଯାଇଥିଲା। ଏହାପରେ ତାଙ୍କୁ ରିମାଣ୍ଡ ଶୁଣାଣି ପାଇଁ କୋର୍ଟରେ ହାଜର କରାଯାଇଥିଲା। କର୍ଣ୍ଣାଟକ ପୁଲିସ ଦ୍ବାରା ଗଠିତ ଏସଆଇଟି ପ୍ରଜ୍ବଳଙ୍କୁ ଜେରା କରୁଛି ଏବଂ ତାଙ୍କୁ ତଦନ୍ତ ପାଇଁ ସିଆଇଡି ଅଫିସ ନେଇଛି। ତଦନ୍ତ ପରିସରର ଏକ ଅଂଶ ଭାବେ ପ୍ରଜ୍ବଳ ରେବନ୍ନାଙ୍କର ପୋଟେନ୍ସି ଟେଷ୍ଟ୍ (ପୌରୁଷ ପରୀକ୍ଷା) କରାଯାଇଛି। ଏଥିସହ ହାସନ ସାଂସଦଙ୍କୁ ଦେଖିବାକୁ ମିଳିଥିବା ୬ଟି ସେକ୍ସ ଟେପ୍ର ତଦନ୍ତ ପାଇଁ ଏହାକୁ ଫରେନ୍ସିକ ସାଇନ୍ସ ଲାବ୍ରୋଟୋରି ଡିଭିଜନ୍ ପଠାଯାଇଛି। କେଉଁ ମୋବାଇଲ ଫୋନ୍ରେ ଅଶାାଳୀନ ଭିଡିଓ ରେକର୍ଡ ହୋଇଛି ସେନେଇ ପୁଲିସ ତଦନ୍ତ କରିବ ଏବଂ ପ୍ରଜ୍ବଳଙ୍କୁ ଏନେଇ ପଚରାଉଚୁରା କରୁଛି। ପୁଲିସ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଭିଡିଓ ରେକର୍ଡ ହୋଇଥିବା ମୂଳ ଫୋନ୍କୁ ନଷ୍ଟ କରିଦିଆଯାଇଛି। ଅନ୍ୟପକ୍ଷରେ ପ୍ରଜ୍ବଳ କହିଛନ୍ତି ଯେ ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ତାଙ୍କ ବିରୋଧରେ କଂଗ୍ରେସର ଯୋଜନାବଦ୍ଧ ଅପପ୍ରଚାର ଯୋଗୁଁ ଅବସାଦର ଶିକାର ହୋଇ ବିଦେଶ ପଳାଇଥିଲେ।




