ବିବାହ ମଣ୍ଡପରେ ‘ମନ୍ କୀ ବାତ’
ଜୟପୁର: ରାଜସ୍ଥାନର ଜଣେ ଯୁଚବ ଋଷବ ପୋଡ଼ୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ବଡ଼ ଫ୍ୟାନ୍। ସେ ମୋଦୀଙ୍କର ପ୍ରତିଟି ମନ୍ କୀ ବାତ୍ ଶୁଣିଛନ୍ତି। ଗତକାଲି ମୋଦୀଙ୍କର ୧୦୦ତମ ମନ୍ କୀ ବାତ୍ ଥିଲା। ଋଷବ ପୋଡ଼ୱାଲଙ୍କର ମଧ୍ୟ ଗତକାଲି ବାହାଘର ଥିଲା। କିନ୍ତୁ ତାଙ୍କ ପାଇଁ ବାହାଘର ଯେତିକି ଗୁରୁତ୍ବପୂର୍ଣ୍ଣ ତାଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କୀ ବାତ୍ ଶୁଣିବା। ଆରମ୍ଭରୁ ଋଷବ ମୋଦୀଙ୍କ ମନ୍ କୀ ବାତ୍ […]
ଜୟପୁର: ରାଜସ୍ଥାନର ଜଣେ ଯୁଚବ ଋଷବ ପୋଡ଼ୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ବଡ଼ ଫ୍ୟାନ୍। ସେ ମୋଦୀଙ୍କର ପ୍ରତିଟି ମନ୍ କୀ ବାତ୍ ଶୁଣିଛନ୍ତି। ଗତକାଲି ମୋଦୀଙ୍କର ୧୦୦ତମ ମନ୍ କୀ ବାତ୍ ଥିଲା। ଋଷବ ପୋଡ଼ୱାଲଙ୍କର ମଧ୍ୟ ଗତକାଲି ବାହାଘର ଥିଲା। କିନ୍ତୁ ତାଙ୍କ ପାଇଁ ବାହାଘର ଯେତିକି ଗୁରୁତ୍ବପୂର୍ଣ୍ଣ ତାଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କୀ ବାତ୍ ଶୁଣିବା। ଆରମ୍ଭରୁ ଋଷବ ମୋଦୀଙ୍କ ମନ୍ କୀ ବାତ୍ ଶୁଣି ଆସୁଛନ୍ତି। କୌଣସି ଗୋଟିଏ ବି ବାଦ୍ ପଡ଼ିନାହିଁ। ଏଭଳି ସ୍ଥିତିରେ ୧୦୦ତମ ଭଳି ସ୍ବତନ୍ତ୍ର ମନ୍ କୀ ବାତ୍କୁ ସେ କିଭଳି ନଶୁଣି ରହିପାରିବେ। ଏଥିପାଇଁ ବିବାହ ରୀତିନୀତି ପୂର୍ବରୁ ସେ ସର୍ତ୍ତ ରଖିଥିଲେ। ତାଙ୍କ ସର୍ତ୍ତ ହେଲା ବିବାହ ଉତ୍ସବକୁ ଯିବା ପୂର୍ବରୁ ସେ ମନ୍ କୀ ବାତ୍ ଶୁଣିବେ। ଭିଲୱାଡ଼ାର ଏକ ଘରୋଇ ରିସର୍ଟରେ ବାହାଘର ହେଉଥିଲା। ଋଷବଙ୍କ ଦାବି ପରେ ସେଠାରେ ସବୁ ଲୋକ ଯେଭଳି ମନ୍ କୀ ବାତ୍ ଶୁଣିବେ ସେଥିପାଇଁ ବଡ଼ ଏଲଇଡି ସ୍କ୍ରିନ ଲଗାଯାଇଥିଲା। ଅତିଥିମାନେ ମଧ୍ୟ ମନ୍ କୀ ବାତ୍ ଶୁଣିଥିଲେ। ଏହାପରେ ବାହାଘର ହୋଇଥିଲା। ଆଜି ପର୍ଯ୍ୟନ୍ତ ମନ କୀ ବାତର ସବୁ ସଂସ୍କରଣ ଶୁଣି ଆସିଛନ୍ତି। ସେଥିରୁ ଅନେକ କିଛି ଶିଖିବାକୁ ପାଇଛନ୍ତି ବୋଲି ଋଷବ ପୋଡ଼ୱାଲ କହିଛନ୍ତି।




