ବିବାହ ପ୍ରସ୍ତାବ ମିଳିବାପରେ ସଲମାନଙ୍କ ପ୍ରତିକ୍ରିୟା, ମତେ ୨୦ ବର୍ଷ ତଳେ ଭେଟିବାର ଥିଲା

ମୁମ୍ବାଇ : ଆବୁଧାବିରେ ଆଇଆଇଏଫ୍‌ଏ ରକ୍ସ ୨୦୨୩ ପାଇଁ ସଲମାନ ଖାନ ସବୁଜ ଗାଲିଚାରେ ଚାଲିବା ବେଳେ ସାମ୍ବାଦିକମାନେ ତାଙ୍କୁ କିଛି ପ୍ରଶ୍ନ କରିଥିଲେ। ଏହି ସମୟରେ ଜଣେ ମହିଳା ସଲମାନଙ୍କୁ ପଚାରିଥିଲେ, ସେ ତାଙ୍କୁ ବିବାହ କରିବେ କି? ମହିଳା ଜଣକ ତାଙ୍କୁ କହିଥିଲେ କି ସେ ହଲିଉଡରୁ ଏତେ ବାଟ ଆସିଛନ୍ତି ତାଙ୍କୁ ଏଇ ପ୍ରଶ୍ନ ପଚାରିବା ପାଇଁ। ସଲମାନ ପରିହାସ କରି କହିଥିଲେ, ସେ ତାଙ୍କୁ ଶାହରୁଖ ଖାନ ଭାବି ଦ୍ବନ୍ଦ୍ବରେ ପଡ଼ିଛନ୍ତି […]

Samaya Live Picture
Published On

ମୁମ୍ବାଇ : ଆବୁଧାବିରେ ଆଇଆଇଏଫ୍‌ଏ ରକ୍ସ ୨୦୨୩ ପାଇଁ ସଲମାନ ଖାନ ସବୁଜ ଗାଲିଚାରେ ଚାଲିବା ବେଳେ ସାମ୍ବାଦିକମାନେ ତାଙ୍କୁ କିଛି ପ୍ରଶ୍ନ କରିଥିଲେ। ଏହି ସମୟରେ ଜଣେ ମହିଳା ସଲମାନଙ୍କୁ ପଚାରିଥିଲେ, ସେ ତାଙ୍କୁ ବିବାହ କରିବେ କି? ମହିଳା ଜଣକ ତାଙ୍କୁ କହିଥିଲେ କି ସେ ହଲିଉଡରୁ ଏତେ ବାଟ ଆସିଛନ୍ତି ତାଙ୍କୁ ଏଇ ପ୍ରଶ୍ନ ପଚାରିବା ପାଇଁ। ସଲମାନ ପରିହାସ କରି କହିଥିଲେ, ସେ ତାଙ୍କୁ ଶାହରୁଖ ଖାନ ଭାବି ଦ୍ବନ୍ଦ୍ବରେ ପଡ଼ିଛନ୍ତି କି? ମହିଳା ଜଣକ କହିଥିଲେ, ଶାହରୁଖ ଖାନ ନୁହନ୍ତି, ସେ ତାଙ୍କୁ ହିଁ ଭଲ ପାଆନ୍ତି। ଉତ୍ତରରେ ସଲମାନ କହିଥିଲେ, ମହିଳା ଜଣକ ଏହି କଥା କହିବା ପାଇଁ ୨୦ ବର୍ଷ ଡେରି କରିଦେଲେ। ସେ ତାଙ୍କୁ ୨୦ ବର୍ଷ ତଳେ ଭେଟିବାର ଥିଲା। ସଲମାନ ଖାନ, ଭିକ୍କି କୌଶଲ, ନୋରା ଫତେହି ଓ ଅଭିଷେକ ବଚ୍ଚନଙ୍କ ସମେତ ଅନେକ ସେଲିବ୍ରିଟି ଆଇଆଇଏଫ୍‌ଏ ୨୦୨୩ ପାଇଁ ବର୍ତ୍ତମାନ ଆବୁଧାବିରେ ଅଛନ୍ତି। ଶୁକ୍ରବାର ସେମାନେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସବୁଜ ଗାଲିଚାରେ ପୋଜ୍ ଦେଇଥିଲେ। ସଲମାନ ଏକ କଳା ସୁଟ୍ ଓ କଳା ସାର୍ଟ ପରିଧାନ କରିଥିଲେ।

Tags: