ବିବାହ କରିବାକୁ ଯାଇ ଗୋଆରେ ପ୍ରେମିକାଙ୍କୁ ହତ୍ୟା କରିଥିବା ଯୁବକ ଗିରଫ
ବେଙ୍ଗାଲୁରୁ: ବିବାହ କରିବାପାଇଁ ବେଙ୍ଗାଲୁରୁରୁ ଗୋଆ ଯାଇଥିବା ଜଣେ ଯୁବକ ନିଜ ପ୍ରେମିକାଙ୍କୁ ହତ୍ୟା କରି ଘଞ୍ଚ ଜଙ୍ଗଲରେ ଫୋପାଡ଼ି ଦେଇଛି। ଏହି ଅଭିଯୋଗରେ ସମ୍ପୃକ୍ତ ଯୁବକ ଗିରଫ ହୋଇଛି। ପୁଲିସ ପ୍ରତାପ ନଗରର ଏକ ଜଙ୍ଗଲ ଅଞ୍ଚଳରୁ ଯୁବତୀଙ୍କ ମୃତଦେହ ପାଇଥିଲା। ଖବର ଅନୁଯାୟୀ ଏହି ଦମ୍ପତି ବିବାହ କରିବା ଉଦ୍ଦେଶ୍ୟରେ ବେଙ୍ଗାଲୁରୁରୁ ଗୋଆ ଯାତ୍ରା କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଏକ ବିବାଦ ଦୁଃଖଦ ପରିସ୍ଥିତିରେ ପରିଣତ ହୋଇଥିଲା। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କର୍ଣ୍ଣାଟକର ଉତ୍ତର […]
ବେଙ୍ଗାଲୁରୁ: ବିବାହ କରିବାପାଇଁ ବେଙ୍ଗାଲୁରୁରୁ ଗୋଆ ଯାଇଥିବା ଜଣେ ଯୁବକ ନିଜ ପ୍ରେମିକାଙ୍କୁ ହତ୍ୟା କରି ଘଞ୍ଚ ଜଙ୍ଗଲରେ ଫୋପାଡ଼ି ଦେଇଛି। ଏହି ଅଭିଯୋଗରେ ସମ୍ପୃକ୍ତ ଯୁବକ ଗିରଫ ହୋଇଛି। ପୁଲିସ ପ୍ରତାପ ନଗରର ଏକ ଜଙ୍ଗଲ ଅଞ୍ଚଳରୁ ଯୁବତୀଙ୍କ ମୃତଦେହ ପାଇଥିଲା। ଖବର ଅନୁଯାୟୀ ଏହି ଦମ୍ପତି ବିବାହ କରିବା ଉଦ୍ଦେଶ୍ୟରେ ବେଙ୍ଗାଲୁରୁରୁ ଗୋଆ ଯାତ୍ରା କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଏକ ବିବାଦ ଦୁଃଖଦ ପରିସ୍ଥିତିରେ ପରିଣତ ହୋଇଥିଲା। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କର୍ଣ୍ଣାଟକର ଉତ୍ତର ବେଙ୍ଗାଲୁରୁର ବାସିନ୍ଦା ସଞ୍ଜୟ କେଭିନ୍ ଏମ୍ ଭାବରେ ଚିହ୍ନଟ କରାଯାଇଛି। ୨୨ ବର୍ଷୀୟା ପୀଡ଼ିତା ରୋଶନି ମୋସେସ୍ ଏମ୍ ସେହି ଅଞ୍ଚଳର ଥିଲେ। ପୁଲିସ ଅନୁଯାୟୀ, ଏହି ଦମ୍ପତି ନିକଟରେ ଗୋଆରେ ପହଞ୍ଚିଥିଲେ। ସେମାନେ ବିବାହ କରିବା ପାଇଁ ବେଙ୍ଗାଲୁରୁରୁ ଗୋଆ ଆସିଥିଲେ। କିନ୍ତୁ କୌଣସି ଅଜଣା କାରଣ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା ଏବଂ ଦୁଇ ଦିନ ପୂର୍ବରୁ ସଞ୍ଜୟ ରୋଶନିକୁ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ପୁଲିସ କହିଛି। ସୋମବାର ସନ୍ଧ୍ୟାରେ ଦକ୍ଷିଣ ଗୋଆର ପ୍ରତାପ ନଗର ଜଙ୍ଗଲ ଅଞ୍ଚଳରେ ରୋଶନୀଙ୍କ ମୃତଦେହ ମିଳିବା ପରେ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ପୁଲିସ ନିଶ୍ଚିତ କରିଛି ଯେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି। ମୃତଦେହ ମିଳିବା ପରେ ଘଟଣାସ୍ଥଳ ପରିଦର୍ଶନ କରିଥିବା ପୋଲିସ ଅଧୀକ୍ଷକ (ଦକ୍ଷିଣ ଗୋଆ) ଟିକମ ସିଂହ ବର୍ମା କହିଛନ୍ତି: ‘ଏହି ହତ୍ୟାକାଣ୍ଡ ପ୍ରେମ ସମ୍ପର୍କ, ବିବାହ ପ୍ରସ୍ତାବ ଏବଂ ଏଥିରୁ ଉପୁଜିଥିବା ବିବାଦର ପରିଣାମ।’




