ବିବାହ କରିବାକୁ ଅମଙ୍ଗ ହେବାରୁ ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କ ବେକ କାଟିଲା ଯୁବକ

ଚେନ୍ନାଇ: ତାମିଲନାଡ଼ୁ ଥାଞ୍ଜୁଭୁର ସ୍ଥିତ ମାଲିପଟ୍ଟନମ୍‌ ସରକାରୀ ସ୍କୁଲରେ ଏକ ଅଘଟଣ ଘଟିଛି। ସ୍କୁଲ ଚାଲୁଥିବା ବେଳେ ଜଣେ ଯୁବକ ପ୍ରକୋଷ୍ଠ ମଧ୍ୟରେ ପଶି ଶିକ୍ଷୟିତ୍ରୀଙ୍କ ବେକ କାଟି ହତ୍ୟା କରିଛି। ସୂଚନାନୁସାରେ, ମଧନ (୩୦) ବିବାହ ପ୍ରସ୍ତାବ ନେଇ ପରିବାର ଶିକ୍ଷୟିତ୍ରୀ ରମାନି (୨୬)ଙ୍କ ଘରକୁ ଯାଇଥିଲେ। ସେଠାରେ ରମାନି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ମଧନ ସ୍କୁଲ ଭିତରେ ପଶି ରମାନିଙ୍କ ବେକକୁ ଧାରୁଆ ଛୁରିରେ କାଟି ଦେଇଥିଲା। […]

Samaya Live Picture
Published On

ଚେନ୍ନାଇ: ତାମିଲନାଡ଼ୁ ଥାଞ୍ଜୁଭୁର ସ୍ଥିତ ମାଲିପଟ୍ଟନମ୍‌ ସରକାରୀ ସ୍କୁଲରେ ଏକ ଅଘଟଣ ଘଟିଛି। ସ୍କୁଲ ଚାଲୁଥିବା ବେଳେ ଜଣେ ଯୁବକ ପ୍ରକୋଷ୍ଠ ମଧ୍ୟରେ ପଶି ଶିକ୍ଷୟିତ୍ରୀଙ୍କ ବେକ କାଟି ହତ୍ୟା କରିଛି। ସୂଚନାନୁସାରେ, ମଧନ (୩୦) ବିବାହ ପ୍ରସ୍ତାବ ନେଇ ପରିବାର ଶିକ୍ଷୟିତ୍ରୀ ରମାନି (୨୬)ଙ୍କ ଘରକୁ ଯାଇଥିଲେ। ସେଠାରେ ରମାନି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ମଧନ ସ୍କୁଲ ଭିତରେ ପଶି ରମାନିଙ୍କ ବେକକୁ ଧାରୁଆ ଛୁରିରେ କାଟି ଦେଇଥିଲା। ଗୁରୁତର ଅବସ୍ଥାରେ ରମାନିଙ୍କୁ ହସ୍‌ପିଟାଲ୍‌ ନିଆଯିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ତାମିଲନାଡ଼ୁ ଶିକ୍ଷା ମନ୍ତ୍ରୀ ଆନବିଲ ମହେଶ ପୋୟାମିଇ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସ୍କୁଲ ଛାତ୍ରଛାତ୍ରୀଙ୍କ ମାନସିକ ପରାମର୍ଶ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି।

Tags: