ବିବାହ ଉତ୍ସବରେ ରସଗୋଲା ନିଅଣ୍ଟ ହେବାରୁ ଝଗଡ଼ା, ୬ ଆହତ

ନୂଆଦିଲ୍ଲୀ: ବିବାହ ଉତ୍ସବରେ ବେଳେବେ‌ଳେ ଖାଇବା ନିଅଣ୍ଟ ହୋଇଥାଏ। ଏହା କିଛି ନୂଆ କଥା ନୁହେଁ। କିନ୍ତୁ ସାମାନ୍ୟ ରସଗୋଲା ନଅଣ୍ଟିବାରୁ ଏକ ବିବାହ ଉତ୍ସବରେ ତୁମୁଳକାଣ୍ଡ ହୋଇଛି। ଉତ୍ତରପ୍ରଦେଶର ଆଗ୍ରାରେ ଏକ ବିବାହ ଉତ୍ସବରେ ରସଗୋଲା ଅଭାବକୁ ନେଇ ହୋଇଥିବା ଗଣ୍ଡଗୋଳ ଓ ମାଡ଼ପିଟରେ ୬ ଜଣ ଆହତ ହୋଇଛନ୍ତି। ରବିବାର ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଏହି ଘଟଣାରେ ଥାନାରେ ଏକ […]

Samaya Live Picture
Published On

ନୂଆଦିଲ୍ଲୀ: ବିବାହ ଉତ୍ସବରେ ବେଳେବେ‌ଳେ ଖାଇବା ନିଅଣ୍ଟ ହୋଇଥାଏ। ଏହା କିଛି ନୂଆ କଥା ନୁହେଁ। କିନ୍ତୁ ସାମାନ୍ୟ ରସଗୋଲା ନଅଣ୍ଟିବାରୁ ଏକ ବିବାହ ଉତ୍ସବରେ ତୁମୁଳକାଣ୍ଡ ହୋଇଛି। ଉତ୍ତରପ୍ରଦେଶର ଆଗ୍ରାରେ ଏକ ବିବାହ ଉତ୍ସବରେ ରସଗୋଲା ଅଭାବକୁ ନେଇ ହୋଇଥିବା ଗଣ୍ଡଗୋଳ ଓ ମାଡ଼ପିଟରେ ୬ ଜଣ ଆହତ ହୋଇଛନ୍ତି। ରବିବାର ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଏହି ଘଟଣାରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଯେଉଁମାନେ ହସ୍ପିଟାଲରେ ଅଛନ୍ତି ସେମାନେ ସମସ୍ତେ ବିପଦମୁକ୍ତ ଅଛନ୍ତି ବୋଲି ଜଣାପଡ଼ିଛି। ମିିଳିଥିବା ସୂଚନାନୁଯାୟୀ ଗତ ରବିବାର ଦିନ ଏହି ଘଟଣା ଘଟିଛି। ବ୍ରିଜଭାନ କୁଶୱାହା ନାମକ ଜଣେ ବ୍ୟକ୍ତିଙ୍କ ବାସଭବନରେ ଚାଲିଥିବା ବିବାହ ଉତ୍ସବରେ ଏହି ଘଟଣା ଘଟିଛି।

Tags: