ବିବାହିତା ମହିଳାଙ୍କ ୨୬ ସପ୍ତାହର ଗର୍ଭନଷ୍ଟ ପାଇଁ ସୁପ୍ରିମ୍କୋର୍ଟ ଖଣ୍ଡପୀଠରେ ବିଭାଜିିତ ମତ
ନୂଆଦିଲ୍ଲୀ: ଜଣେ ବିବାହିତା ମହିଳାଙ୍କ ୨୬ ସପ୍ତାହର ଗର୍ଭନଷ୍ଟ ପାଇଁ ସୁପ୍ରିମ୍କୋର୍ଟଙ୍କ ଖଣ୍ଡପୀଠ ଗତ ୯ ତାରିଖରେ ଅନୁମତି ଦେଇଥିବା ବେଳେ କେନ୍ଦ୍ର ସରକାର ଏହା ବିରୋଧରେ ଆବେଦନ କରିଥିଲେ। ଏହି ସମାନ ଖଣ୍ଡପୀଠକୁ ମାମଲାର ପୁନଃଶୁଣାଣି ପାଇଁ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଦେଶ ଦେଇଥିଲେ। ବୁଧବାର ଅପରାହ୍ଣରେ ଦୁଇଜଣିଆ ବେଞ୍ଚ ଏହା ଉପରେ ପୁନଃଶୁଣାଣି କରିଥିବା ବେଳେ ଦୁଇଜଣ ବିଚାରପତି ସମାନ ନିଷ୍ପତ୍ତିରେ ପହଞ୍ଚି ପାରି ନଥିଲେ ଫଳରେ ଏକ ବୃହତ୍ତର ବେଞ୍ଚରେ ଏହାର ଶୁଣାଣି […]
ନୂଆଦିଲ୍ଲୀ: ଜଣେ ବିବାହିତା ମହିଳାଙ୍କ ୨୬ ସପ୍ତାହର ଗର୍ଭନଷ୍ଟ ପାଇଁ ସୁପ୍ରିମ୍କୋର୍ଟଙ୍କ ଖଣ୍ଡପୀଠ ଗତ ୯ ତାରିଖରେ ଅନୁମତି ଦେଇଥିବା ବେଳେ କେନ୍ଦ୍ର ସରକାର ଏହା ବିରୋଧରେ ଆବେଦନ କରିଥିଲେ। ଏହି ସମାନ ଖଣ୍ଡପୀଠକୁ ମାମଲାର ପୁନଃଶୁଣାଣି ପାଇଁ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଦେଶ ଦେଇଥିଲେ। ବୁଧବାର ଅପରାହ୍ଣରେ ଦୁଇଜଣିଆ ବେଞ୍ଚ ଏହା ଉପରେ ପୁନଃଶୁଣାଣି କରିଥିବା ବେଳେ ଦୁଇଜଣ ବିଚାରପତି ସମାନ ନିଷ୍ପତ୍ତିରେ ପହଞ୍ଚି ପାରି ନଥିଲେ ଫଳରେ ଏକ ବୃହତ୍ତର ବେଞ୍ଚରେ ଏହାର ଶୁଣାଣି ପାଇଁ ସୁପାରିସ କରାଯାଇଛି। ଜଷ୍ଟିସ୍ ହିମା କୋହଲି ଓ ବିଭି ନାଗରତ୍ନାଙ୍କ ବେଞ୍ଚ ମାମଲାର ଶୁଣାଣି କରୁଥିବା ବେଳେ ଜଷ୍ଟିସ କୋହଲି କହିଥିଲେ ଯେ, ସଦ୍ୟତମ ଡାକ୍ତରୀ ରିପୋର୍ଟ ଅନୁଯାୟୀ ଗର୍ଭସ୍ଥ ଶିଶୁ ଜୀବନ୍ତ ଜନ୍ମ ହେବାର ସମ୍ଭାବନା ଥିବାରୁ ‘ନ୍ୟାୟିକ ବିବେକ’ ଗର୍ଭପାତ ପାଇଁ ଅନୁମତି ଦେଇପାରିବ ନାହିଁ। ଅପରପକ୍ଷେ ଜଷ୍ଟିସ୍ ନାଗରତ୍ନା କହିଥିଲେ, ଏହି ବେଞ୍ଚ ଅକ୍ଟୋବର ୯ରେ ଗର୍ଭପାତ ସପକ୍ଷରେ ଯେଉଁ ରାୟ ଦେଇଥିଲେ ତା’ ଉପରେ ହସ୍ତକ୍ଷେପ କରିବାର କୌଣସି କାରଣ ସେ ଦେଖୁ ନାହାନ୍ତି। ଫଳରେ ଦୁଇଜଣିଆ ବେଞ୍ଚରେ ମତବିଭାଜନ ଘଟିବାରୁ ଶୁଣାଣିରେ କୋର୍ଟ କୌଣସି ନିଷ୍କର୍ଷରେ ପହଞ୍ଚିପାରି ନ ଥିଲେ ଏବଂ ବୃହତ୍ତର ବେଞ୍ଚରେ ଶୁଣାଣି ପାଇଁ ସୁପାରିସ କରିଥିଲେ।




