ବିବାଦୀୟ ମନ୍ତବ୍ୟ ପାଇଁ ଜୟା ବଚ୍ଚନଙ୍କୁ ଗିରଫ ଦାବି

ନୂଆଦିଲ୍ଲୀ: ଜୟା ବଚ୍ଚନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଅନେକ ପ୍ରସଙ୍ଗରେ ରାଜନୈତିକ ବୟାନ ଦେବା କାରଣରୁ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଅଭିନେତ୍ରୀ ମହାକୁମ୍ଭରେ ଦଳାଚକଡ଼ା ସ୍ଥିତି ସଂକ୍ରାନ୍ତ‌ରେ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନ ପାଇଁ କିଛି ଲୋକ ଜୟାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ଗଙ୍ଗାରେ ଫିଙ୍ଗି ଦିଆଯିବା ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସମାଜବାଦୀ ପାର୍ଟି ନେତ୍ରୀ ଏବଂ ରାଜ୍ୟସଭା ସାଂସଦ […]

ବିବାଦୀୟ ମନ୍ତବ୍ୟ ପାଇଁ ଜୟା ବଚ୍ଚନଙ୍କୁ ଗିରଫ ଦାବି
Samaya Live Picture
Published On

ନୂଆଦିଲ୍ଲୀ: ଜୟା ବଚ୍ଚନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଅନେକ ପ୍ରସଙ୍ଗରେ ରାଜନୈତିକ ବୟାନ ଦେବା କାରଣରୁ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଅଭିନେତ୍ରୀ ମହାକୁମ୍ଭରେ ଦଳାଚକଡ଼ା ସ୍ଥିତି ସଂକ୍ରାନ୍ତ‌ରେ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନ ପାଇଁ କିଛି ଲୋକ ଜୟାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ଗଙ୍ଗାରେ ଫିଙ୍ଗି ଦିଆଯିବା ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସମାଜବାଦୀ ପାର୍ଟି ନେତ୍ରୀ ଏବଂ ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କୁ ଗିରଫ କରିବାକୁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର ମିଡିଆ ଇନଚାର୍ଜ ଶରଦ ଶର୍ମା ଜୟା ବଚ୍ଚନଙ୍କ ମନ୍ତବ୍ୟକୁ ସମାଲୋଚନା କରି ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ କହିଛନ୍ତି, ‘”ମିଥ୍ୟା ଏବଂ ଅସତ୍ୟ ବୟାନ ଦେଇ ଚାଞ୍ଚଲ୍ୟ ସୃଷ୍ଟି କରିବା ପାଇଁ ଜୟା ବଚ୍ଚନଙ୍କୁ ଗିରଫ କରାଯିବା ଉଚିତ।

Tags: