ବିବାଦୀୟ ଟିପ୍ପଣୀ ପାଇଁ କ୍ଷମା ମାଗିଲେ ନୀତୀଶ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ରାଜ୍ୟ ବିଧାନସଭାରେ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ଆଜି କ୍ଷମା ମାଗିଛନ୍ତି। ନୀତୀଶ ବିଧାନସଭାରେ ‘ଜନ୍ମ ନିୟନ୍ତ୍ରଣରେ ନାରୀଶିକ୍ଷାର ଭୂମିକା’ ଉପରେ ଭାଷଣ ଦେଇ ସମାଲୋଚନାର ଶିକାର ହୋଇଛନ୍ତି। ଅଙ୍ଗଭଙ୍ଗି କରି ସେ ବୁଝାଇଥିଲେ ଯେ ଗର୍ଭବତୀ ହେବାକୁ ଚାହୁ ନ ଥିବା ଜଣେ ଶିକ୍ଷିତା ଝିଅ ଯୌନକ୍ରିୟା ସମୟରେ ଶେଷ ମୁହୂର୍ତ୍ତରେ ସ୍ବାମୀଙ୍କୁ କିପରି ଅଟକାଇଥାଏ। ତେଣୁ ଝିଅମାନେ ଶିକ୍ଷିତା ହେଲେ ଜନ୍ମ ନିୟନ୍ତ୍ରଣ ସମ୍ଭବ […]

Samaya Live Picture
Published On

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ରାଜ୍ୟ ବିଧାନସଭାରେ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ଆଜି କ୍ଷମା ମାଗିଛନ୍ତି। ନୀତୀଶ ବିଧାନସଭାରେ ‘ଜନ୍ମ ନିୟନ୍ତ୍ରଣରେ ନାରୀଶିକ୍ଷାର ଭୂମିକା’ ଉପରେ ଭାଷଣ ଦେଇ ସମାଲୋଚନାର ଶିକାର ହୋଇଛନ୍ତି। ଅଙ୍ଗଭଙ୍ଗି କରି ସେ ବୁଝାଇଥିଲେ ଯେ ଗର୍ଭବତୀ ହେବାକୁ ଚାହୁ ନ ଥିବା ଜଣେ ଶିକ୍ଷିତା ଝିଅ ଯୌନକ୍ରିୟା ସମୟରେ ଶେଷ ମୁହୂର୍ତ୍ତରେ ସ୍ବାମୀଙ୍କୁ କିପରି ଅଟକାଇଥାଏ। ତେଣୁ ଝିଅମାନେ ଶିକ୍ଷିତା ହେଲେ ଜନ୍ମ ନିୟନ୍ତ୍ରଣ ସମ୍ଭବ ହୋଇପାରିବ ବୋଲି ନୀତୀଶ ବୁଝାଇଥିଲେ। ତେବେ ନୀତୀଶଙ୍କ ଏପରି ଭାଷଣକୁ ନେଇ ବିରୋଧୀ ବିଜେପି ତୀବ୍ର ସମାଲୋଚନା କରିଛି। ନୀତୀଶଙ୍କ ମନ୍ତବ୍ୟ ‘ଅତ୍ୟନ୍ତ ନାରୀ-ବିଦ୍ବେଷୀ, ଅଶ୍ଳୀଳ ଓ ପୁରୁଷକୈନ୍ଦ୍ରିକ’ କହି ବିଜେପି ତାଙ୍କର ଇସ୍ତଫା ଦାବି କରିଛନ୍ତି। ନୀତୀଶଙ୍କୁ ଆଜି ରାଜ୍ୟ ବିଧାନସଭାରେ ମଧ୍ୟ ପ୍ରବେଶ କରିବାକୁ ଦିଆଯାଇନଥିଲା। ବିଜେପି ବିଧାୟକମାନେ ନୀତୀଶଙ୍କ ଟିପ୍ପଣୀ ବିରୋଧରେ ତୀବ୍ର ଆନ୍ଦୋଳନ କରିଥିଲେ। ଶେଷରେ ବିବାଦ ବଢ଼ିବାରୁ ନୀତୀଶ ତାଙ୍କ ଟିପ୍ପଣୀ ପାଇଁ ଭୁଲ୍‌ ମାଗିଛନ୍ତି। ନୀତୀଶ କହିଛନ୍ତି, ମୁଁ ମୋ କଥା ଫେରାଇ ନେଉଛି। ମୋ ଟିପ୍ପଣୀର ଭୁଲ୍‌ ଅର୍ଥ କଢ଼ାଯାଇଛି। ମୁଁ କେବଳ ମହିଳାଙ୍କ ଶିକ୍ଷା ବିସୟରେ କହିଥିଲି। ଯଦି ମୋ ମନ୍ତବ୍ୟ କାହାକୁ କଷ୍ଟ ଦେଇଥାଏ ସେଥିପାଇଁ ମୁଁ ଦୁଃଖିତ।

Tags: