ବିନା ପରିଚୟପତ୍ରରେ ୨୦୦୦ ଟଙ୍କିଆ ନୋଟ୍ ବଦଳ ବିରୋଧରେ ଜନସ୍ବାର୍ଥ ମାମଲା
ନୂଆଦିଲ୍ଲୀ: ବିନା ପରିଚୟପତ୍ର ଏବଂ ବିନା ରିକ୍ବିଜିସନ ସ୍ଲିପରେ ୨୦୦୦ ଟଙ୍କିଆ ନୋଟ୍ ବଦଳ କରାଯାଉଥିବାରୁ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ସୋମବାର ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ଆବେଦନକାରୀ ଅଶ୍ବିନୀ କୁମାର ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବିନା ପରିଚୟପତ୍ରରେ ୨୦୦୦ ଟଙ୍କିଆ ନୋଟ୍ ବଦଳ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ବିଜ୍ଞପ୍ତି ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ କରୁଛି। ଉପାଧ୍ୟାୟ କହିଛନ୍ତି, ବିଚ୍ଛିନ୍ନତାବାଦୀ, […]
ନୂଆଦିଲ୍ଲୀ: ବିନା ପରିଚୟପତ୍ର ଏବଂ ବିନା ରିକ୍ବିଜିସନ ସ୍ଲିପରେ ୨୦୦୦ ଟଙ୍କିଆ ନୋଟ୍ ବଦଳ କରାଯାଉଥିବାରୁ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ସୋମବାର ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ଆବେଦନକାରୀ ଅଶ୍ବିନୀ କୁମାର ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବିନା ପରିଚୟପତ୍ରରେ ୨୦୦୦ ଟଙ୍କିଆ ନୋଟ୍ ବଦଳ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ବିଜ୍ଞପ୍ତି ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ କରୁଛି। ଉପାଧ୍ୟାୟ କହିଛନ୍ତି, ବିଚ୍ଛିନ୍ନତାବାଦୀ, ଆତଙ୍କବାଦୀ, ମାଓବାଦୀ, ନିଶା ମାଫିଆ, ଖଣି ମାଫିଆ ଓ ଦୁର୍ନୀତିଗ୍ରସ୍ତ ଲୋକ ବିପୁଳ ପରିମାଣର ବଡ଼ ନୋଟ୍ ମହଜୁଦ ରଖିଛନ୍ତି। ବଡ଼ ନୋଟ୍ ପ୍ରଚଳନ ଦୁର୍ନୀତିର କାରଣ । ତେଣୁ ୨୦୦୦ ଟଙ୍କିଆ ନୋଟ୍ଗୁଡ଼ିକୁ ବିନା ପରିଚୟପତ୍ରରେ ବଦଳ କରିବାର ସୁଯୋଗ ନଦେଇ ତାକୁ କେବଳ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ଆଦେଶ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ପରିବାରର ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ ବୋଲି ନିକଟରେ କେନ୍ଦ୍ର ସରକାର କହିଛନ୍ତି। ତେଣୁ ୨୦୦୦ ଟଙ୍କିଆ ନୋଟ୍କୁ ବିନା ପରିଚୟପତ୍ରରେ ବଦଳ କରିବାକୁ ଆର୍ବିଆଇ ଅନୁମତି ଦେବା ଠିକ୍ ହୋଇ ନାହିଁ। ୮୦ କୋଟି ଦରିଦ୍ର ଭାରତୀୟ ମାଗଣା ଖାଦ୍ୟଶସ୍ୟ ପାଉଛନ୍ତି। ଏହି ବିପିଏଲ୍ ପରିବାରର ଲୋକଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ କ୍ବଚିତ୍ ଥିବ। ଯେଉଁମାନଙ୍କ ପାଖରେ ଏହି ନୋଟ୍ ଅଛି ସେମାନେ ତାକୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କଲେ କଳାଟଙ୍କାର ପର୍ଦ୍ଦାଫାସ ହୋଇପାରିବ ବୋଲି ଉପାଧ୍ୟାୟ ଯୁକ୍ତି ଦର୍ଶାଇଛନ୍ତି।




