ବିନା ନିମନ୍ତ୍ରଣରେ ମୋଦୀ ବିଦେଶ ରାଷ୍ଟ୍ର ଗସ୍ତ କରୁଛନ୍ତି: ମାନ୍‌

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରାଳୟ ସମାଲୋଚନାକୁ ଖାତିର ନକରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ବ୍ୟାପାର ମନ୍ତ୍ରାଳୟ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବିଦେଶ ନୀତି ଉପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ମାନ୍‌ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିନା କୌଣସି କୂଟନୈତିକ କାରଣ ବିନା ବିଦେଶ ରାଷ୍ଟ୍ର ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ଏମିତି ରାଷ୍ଟ୍ରକୁ ଗସ୍ତ କରୁଛନ୍ତି ଯେଉଁ ରାଷ୍ଟ୍ରର ନାଁ […]

ବିନା ନିମନ୍ତ୍ରଣରେ ମୋଦୀ ବିଦେଶ ରାଷ୍ଟ୍ର ଗସ୍ତ କରୁଛନ୍ତି: ମାନ୍‌
Samaya Live Picture
Published On

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରାଳୟ ସମାଲୋଚନାକୁ ଖାତିର ନକରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ବ୍ୟାପାର ମନ୍ତ୍ରାଳୟ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବିଦେଶ ନୀତି ଉପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ମାନ୍‌ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିନା କୌଣସି କୂଟନୈତିକ କାରଣ ବିନା ବିଦେଶ ରାଷ୍ଟ୍ର ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ଏମିତି ରାଷ୍ଟ୍ରକୁ ଗସ୍ତ କରୁଛନ୍ତି ଯେଉଁ ରାଷ୍ଟ୍ରର ନାଁ ମଧ୍ୟ ଆମେ ଜାଣିନାହୁଁ। ଉଲ୍ଲେଖଯୋଗ୍ୟ ଯେ ବିଦେଶ ବ୍ୟାପାର ମନ୍ତ୍ରାଳୟ ଗୁରୁବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦେଇଥିବା ବିଦେଶ ଗସ୍ତ ଟିପ୍ପଣୀ ପାଇଁ କଡ଼ା ସମାଲୋଚନା କରିଛନ୍ତି। ମାନ୍‌ଙ୍କ ନ‌ାଁ ନନେଇ ବିଦେଶ ବ୍ୟାପାର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ବନ୍ଧୁ ରାଷ୍ଟ୍ର ସହ ଭାରତର ସମ୍ପର୍କ ନେଇ ଆମେ କିଛି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରୁ ଟିପ୍ପଣୀ ଶୁଣୁଛୁ। ଏହା ଅତ୍ୟନ୍ତ ଦାୟିତ୍ବହୀନ ବୋଲି ସେ କହିଛନ୍ତି। ୨୦୧୫ରେ ମୋଦୀଙ୍କ ଅଚାନକ ପାକିସ୍ତାନ ଗସ୍ତ ପ୍ରସଙ୍ଗରେ ମାନ୍‌ କହିଛନ୍ତି, ‘ ପ୍ରଧାନମନ୍ତ୍ରୀ ବିନା ନିମନ୍ତ୍ରଣରେ ବିଦେଶ ରାଷ୍ଟ୍ର ଗସ୍ତ କରୁଛନ୍ତି ଏବଂ ଏପରିକି ସେ ବିରିୟାନି ଖାଇବାପାଇଁ ପାକିସ୍ତାନ ଯାଉଛନ୍ତି। ଆମେ ପାକିସ୍ତାନ ଯାଇପାରିବାନି। କିନ୍ତୁ ପ୍ରଧାନମନ୍ତ୍ରୀ ଯାଇପାରି‌ବେ।

Tags: