ବିଧାୟକ ଭାବେ ଇସ୍ତଫା ଦେଲେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର

ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଆଜି କର୍ନଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦିନକ ପରେ ଆଜି ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୪ରୁ ଖଟ୍ଟର କର୍ନଲ ଆସନକୁ ପ୍ରତିନିଧିତ୍ବ କରି ଆସୁଥିଲେ। ଖଟ୍ଟର କହିଛନ୍ତି, ବିଜେପି ତାଙ୍କୁ ଯେଉଁ ଦାୟିତ୍ବ ଦେବ ତାହା ସେ ପାଳନ କରିବେ। ବିଜେପି ଖଟ୍ଟରଙ୍କୁ କର୍ନଲ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବ ବୋଲି […]

Samaya Live Picture
Published On

ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଆଜି କର୍ନଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦିନକ ପରେ ଆଜି ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୪ରୁ ଖଟ୍ଟର କର୍ନଲ ଆସନକୁ ପ୍ରତିନିଧିତ୍ବ କରି ଆସୁଥିଲେ। ଖଟ୍ଟର କହିଛନ୍ତି, ବିଜେପି ତାଙ୍କୁ ଯେଉଁ ଦାୟିତ୍ବ ଦେବ ତାହା ସେ ପାଳନ କରିବେ। ବିଜେପି ଖଟ୍ଟରଙ୍କୁ କର୍ନଲ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ଖଟ୍ଟର ଏବଂ ତାଙ୍କ ୧୩ କ୍ୟାବିନେଟ ମନ୍ତ୍ରୀ ଗତକାଲି ଇସ୍ତଫା ଦେଇଥିଲେ। ଏହାତପରେ ବିଜେପି ନାୟବ ସିଂହ ସାଇନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କଲା। ମୁଖ୍ୟମନ୍ତ୍ରୀ ସାଇନି ଆଜି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି।

Tags: