ବିଧାନସଭା ନିର୍ବାଚନ ପୂର୍ବରୁ ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ଟି ନୂଆ ଜିଲ୍ଲା ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହି ୫ଟି ନୂଆ ଜିଲ୍ଲା ହେଲା ଜାନସ୍କର, ଦ୍ରାସ, ଶାମ, ନୁବ୍ରା ଓ ଚାଙ୍ଗଥାଙ୍ଗ। ଏକ ବିକଶିତ ଓ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ କେନ୍ଦ୍ରଶାସିତ ଅଞ୍ଚଳରେ ପାଞ୍ଚଟି ନୂତନ ଜିଲ୍ଲା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ […]

Samaya Live Picture
Published On

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ଟି ନୂଆ ଜିଲ୍ଲା ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହି ୫ଟି ନୂଆ ଜିଲ୍ଲା ହେଲା ଜାନସ୍କର, ଦ୍ରାସ, ଶାମ, ନୁବ୍ରା ଓ ଚାଙ୍ଗଥାଙ୍ଗ। ଏକ ବିକଶିତ ଓ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ କେନ୍ଦ୍ରଶାସିତ ଅଞ୍ଚଳରେ ପାଞ୍ଚଟି ନୂତନ ଜିଲ୍ଲା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ଘୋଷଣା କରିଛନ୍ତି। ଜାନସ୍କର, ଦ୍ରାସ, ଶାମ, ନୁବ୍ରା ଓ ଚାଙ୍ଗଥାଙ୍ଗ ଭଳି ନୂଆ ଜିଲ୍ଲା ପ୍ରତ୍ୟେକ କୋଣ ଅନୁକୋଣରେ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରି ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧାକୁ ସେମାନଙ୍କ ଦ୍ୱାରରେ ପହଞ୍ଚାଇବ। ଲଦାଖର ଲୋକଙ୍କ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିବାକୁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶାହ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ଲଦାଖରେ ପାଞ୍ଚଟି ନୂଆ ଜିଲ୍ଲା ସୃଷ୍ଟି ଉନ୍ନତ ଶାସନ ଓ ସମୃଦ୍ଧି ଦିଗରେ ଏକ ପଦକ୍ଷେପ ବୋଲି କହିଛନ୍ତି। ଲଦାଖରେ ବର୍ତ୍ତମାନ ଲେହ ଓ କାର୍ଗିଲ ନାମରେ କେବଳ ଦୁଇଟି ଜିଲ୍ଲା ଅଛି।

Tags: