ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ହେବନି : ଆପ୍

ନୂଆଦିଲ୍ଳୀ: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ଏକାକୀ ନିର୍ବାଚନ ଲଢ଼ିବ। ବିଧାନସଭା ନିର୍ବାଚନରେ କଂଗ୍ରେସ ସହ କୌଣସି ପ୍ରକାର ମେଣ୍ଟ ହେବନାହିଁ। ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ବାସଭବନରେ ଆପ୍ ବିଧାୟକ ଓ ସାଂସଦମାନଙ୍କର ଏକ ବୈକଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଳୀ ମନ୍ତ୍ରୀ ତଥା ଆପ୍ର ବରିଷ୍ଠ ନେତା ଗୋପାଳ ରାୟ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ଯେ ୨୦୨୫ ବିଧାନସଭା ନିର୍ବାଚନରେ ଆପ୍ ଏକୁଟିଆ ଲଢ଼ିବ। କଂଗ୍ରେସ […]

Samaya Live Picture
Published On

ନୂଆଦିଲ୍ଳୀ: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ଏକାକୀ ନିର୍ବାଚନ ଲଢ଼ିବ। ବିଧାନସଭା ନିର୍ବାଚନରେ କଂଗ୍ରେସ ସହ କୌଣସି ପ୍ରକାର ମେଣ୍ଟ ହେବନାହିଁ। ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ବାସଭବନରେ ଆପ୍ ବିଧାୟକ ଓ ସାଂସଦମାନଙ୍କର ଏକ ବୈକଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଳୀ ମନ୍ତ୍ରୀ ତଥା ଆପ୍ର ବରିଷ୍ଠ ନେତା ଗୋପାଳ ରାୟ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ଯେ ୨୦୨୫ ବିଧାନସଭା ନିର୍ବାଚନରେ ଆପ୍ ଏକୁଟିଆ ଲଢ଼ିବ। କଂଗ୍ରେସ କିମ୍ବା ଇଣ୍ଡି-ମେଣ୍ଟ ସହ ମେଣ୍ଟ କେବଳ ଲୋକସଭା ନିର୍ବାଚନ ନିମନ୍ତେ ଉଦ୍ଦିଷ୍ଟ ଥିଲା। ଅନେକ ଦଳ ଏକାଠି ହୋଇ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଆପ୍ ମଧ୍ୟ ସେମାନଙ୍କୁ ସହଯୋଗ କରିଥିଲା। ବିଧାନସଭା ନିର୍ବାଚନ ନିମନ୍ତେ କୌଣସି ଦଳ କିମ୍ବା ମେଣ୍ଟ ସହ ବୁଝାମଣା ହୋଇନାହିଁ । ଆଗାମୀ ବିଧାନସଭାରେ ଦଳ ନିଜର ସଂପୂର୍ଣ୍ଣ କ୍ଷମତାରେ ଏକୁଟିଆ ଲଢ଼ିବ ବୋଲି ରାୟ କହିଛନ୍ତି।

Tags: