ବିଧାନସଭାରେ ରାତି କାଟିଲେ ୬ ରାଜସ୍ଥାନ କଂଗ୍ରେସ ବିଧାୟକ
ଜୟପୁର: ରାଜସ୍ଥାନର ୬ ଜଣ କଂଗ୍ରେସ ବିଧାୟକ ଗତକାଲି ବିଧାନସଭାରେ ରାତି କାଟିଛନ୍ତି। ରାଜ୍ୟ ବିଧାନସଭାରେ ଶୁକ୍ରବାର ହାଇଡ୍ରାମା ହୋଇଥିଲ। ଜଣେ ବିଜେପି ମନ୍ତ୍ରୀ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଜେଜେମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଆକ୍ଷେପ କରି ଦେଇଥିବା ଏକ ଟିପ୍ପଣୀ ପାଇଁ ଗୃହରେ ହୋହଲ୍ଲା ହୋଇଥିଲା। କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେଇ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଅବିନାଶ ଗେହଲଟ ବିରୋଧୀଙ୍କୁ […]
ଜୟପୁର: ରାଜସ୍ଥାନର ୬ ଜଣ କଂଗ୍ରେସ ବିଧାୟକ ଗତକାଲି ବିଧାନସଭାରେ ରାତି କାଟିଛନ୍ତି। ରାଜ୍ୟ ବିଧାନସଭାରେ ଶୁକ୍ରବାର ହାଇଡ୍ରାମା ହୋଇଥିଲ। ଜଣେ ବିଜେପି ମନ୍ତ୍ରୀ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଜେଜେମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଆକ୍ଷେପ କରି ଦେଇଥିବା ଏକ ଟିପ୍ପଣୀ ପାଇଁ ଗୃହରେ ହୋହଲ୍ଲା ହୋଇଥିଲା। କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେଇ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଅବିନାଶ ଗେହଲଟ ବିରୋଧୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ କହିଥିଲେ ଯେ ‘୨୦୨୩-୨୪ରେ ମଧ୍ୟ ଆପଣ ପୂର୍ବଭଳି ଆପଣଙ୍କ ‘ଦାଦୀ’ଙ୍କ ନାଁରେ ଯୋଜନା କରିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ଟିକା ରାମ୍ ଜୁଲ୍ଲି ମନ୍ତ୍ରୀଙ୍କ ଟିପ୍ପଣୀକୁ ବିରୋଧ କରିଥିଲେ ଏବଂ କହିଥିଲେ ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଇଙ୍ଗିତ କରି ଏଭଳି କହୁଛନ୍ତି। ଜୁଲ୍ଲି ଦାବି କରିଥିଲେ ଯେ ଏହି ଟିପ୍ପଣୀକୁ ରେକର୍ଡରୁ ହଟାଇ ଦିଆଯାଉ। ଅନେକ କଂଗ୍ରେସ ବିଧାୟକ ମଧ୍ୟ ସ୍ଲୋଗାନ ଦେଇ ଗୃହର ମଧ୍ୟଭାଗକୁ ଆସିଥିଲେ। ଏହି ସମୟରେ ଗୃହର ମାର୍ସାଲ୍ ଏବଂ କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାକୁ ନେଇ ରାଜସ୍ଥାନର ୬ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ। ନିଲମ୍ବିତ ସଦସ୍ୟମାନେ ଗତକାଲି ଗୃହରେ ରାତି କଟାଇଥିଲେ ଏବଂ ସେମାନଙ୍କ ପାଇଁ ଖାଦ୍ୟ ଓ ବିଶ୍ରାମ ପାଇଁ ପ୍ରସ୍ତୁତି କରାଯାଇଥିଲା।




