ବିଦେଶ ମନ୍ତ୍ରୀଙ୍କ ପରେ ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ପତ୍ତା ମିଳୁନି

ବେଜିଂ: ଚୀନ ବିଦେଶ ମନ୍ତ୍ରୀ କିନ୍‌ ଗାଙ୍ଗ୍‌ ନିଖୋଜ ହେବାପରେ ଏବେ ପୁଣି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେନାରେ ଏକତା ଓ ସ୍ଥିରତା ପାଇଁ ଆହ୍ବାନ ଦେଇଥିବା ବେଳେ ଏଭଳି ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଖୋଜ ଖବର ଆସିଛି। ରବିବାର ଦିନ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଜିନପିଙ୍ଗ ସେନାରେ ଏକତା, ସୁରକ୍ଷା ଓ ସ୍ଥିରତା ଉପରେ ଗୁରୁତ୍ବ ଦେବା ସହ […]

Samaya Live Picture
Published On

ବେଜିଂ: ଚୀନ ବିଦେଶ ମନ୍ତ୍ରୀ କିନ୍‌ ଗାଙ୍ଗ୍‌ ନିଖୋଜ ହେବାପରେ ଏବେ ପୁଣି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେନାରେ ଏକତା ଓ ସ୍ଥିରତା ପାଇଁ ଆହ୍ବାନ ଦେଇଥିବା ବେଳେ ଏଭଳି ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଖୋଜ ଖବର ଆସିଛି। ରବିବାର ଦିନ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଜିନପିଙ୍ଗ ସେନାରେ ଏକତା, ସୁରକ୍ଷା ଓ ସ୍ଥିରତା ଉପରେ ଗୁରୁତ୍ବ ଦେବା ସହ ସୈନ୍ୟମାନଙ୍କ ଶିକ୍ଷା ଓ ପରିଚାଳନାକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ। ଏହି ସମୟରେ ଜାପାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଚୀନ୍‌ର ପୂର୍ବତନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ପୂର୍ବତନ ରକେଟ ଫୋର୍ସ ଜେନେରାଲ ତଥା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ଅନୁପସ୍ଥିତି ନେଇ ସନ୍ଦେହ ପ୍ରକାଶ କରିଥିଲେ। ଗତ ଅଗଷ୍ଟ ୨୯ ତାରିଖରେ ତାଙ୍କୁ ଶେଷଥର ପାଇଁ ସାଧାରଣରେ ଦେଖିବାକୁ ମିଳିଥିଲା। ସେହି ସମୟରେ ସେ ତୃତୀୟ ଚୀନ୍-ଆଫ୍ରିକା ଶାନ୍ତି ଓ ସୁରକ୍ଷା ମଞ୍ଚ ବୈଠକରେ ଉଦ୍‌ବୋଧନ ଦେଇଥିଲେ। ଚୀନ୍ ଉପରେ ନଜର ରଖୁଥିବା ବିଶେଷଜ୍ଞମାନେ କିଛି ସପ୍ତାହ ହେଲା ବେଜିଂରେ ଘଟୁଥିବା ଅସ୍ବାଭାବିକ ଘଟଣାଗୁଡ଼ିକ ଉପରେ କଳ୍ପନାଜଳ୍ପନା ପ୍ରକାଶ କରିବା ଦେଖିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ୨୫ରେ ଶେଷଥର ପାଇଁ ଦେଶର ପୂର୍ବତନ ବିଦେଶ ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗ୍‌ଙ୍କୁ ଦେଖିବାକୁ ମିଳିଥିଲା।

Tags: