ବିଦେଶରେ ଭାରତକୁ ସମାଲୋଚନା କରିବା ରାହୁଲଙ୍କ ଅଭ୍ୟାସ : ଜୟଶଙ୍କର
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ଆମେରିକାରେ ଭାରତୀୟ ଗଣତନ୍ତ୍ର ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ଯେଉଁ ଟିପ୍ପଣୀ ଦେଇଥିଲେ ସେଥିପାଇଁ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନନୀ କରି ଜୟଶଙ୍କର କହିଛନ୍ତି, ଜାତୀୟ ରାଜନୀତିକୁ ଦେଶ ବାହାରକୁ ନେବା ଜାତୀୟ ସ୍ବାର୍ଥ ଦୃଷ୍ଟିରେ ନୁହେଁ। ରାହୁଲ ଗାନ୍ଧି ବିଦେଶରେ ଆମ ଦେଶକୁ ସମାଲୋଚନା କରିବା ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ଦେଶ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ଆମେରିକାରେ ଭାରତୀୟ ଗଣତନ୍ତ୍ର ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ଯେଉଁ ଟିପ୍ପଣୀ ଦେଇଥିଲେ ସେଥିପାଇଁ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନନୀ କରି ଜୟଶଙ୍କର କହିଛନ୍ତି, ଜାତୀୟ ରାଜନୀତିକୁ ଦେଶ ବାହାରକୁ ନେବା ଜାତୀୟ ସ୍ବାର୍ଥ ଦୃଷ୍ଟିରେ ନୁହେଁ। ରାହୁଲ ଗାନ୍ଧି ବିଦେଶରେ ଆମ ଦେଶକୁ ସମାଲୋଚନା କରିବା ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ଦେଶ ବାହାରେ ଥିବାବେଳେ ସେ ଆମ ରାଜନୀତିକୁ ନେଇ ଟିପ୍ପଣୀ ରଖୁଛନ୍ତି। ସାରା ବିଶ୍ବ ଆମକୁ ଦେଖୁଛି ଏବଂ ସେମାନେ କ’ଣ ଦେଖୁଛନ୍ତି ? ନିର୍ବାଚନ ହେଉଛି। କେତେବେଳେ ଗୋଟିଏ ଦଳ ଜିତୁଛି ତ ଅନ୍ୟ କେତେବେଳେ ଆଉ ଏକ ଦଳ ଜିତୁଛି। ଯଦି ଦେଶରେ ଗଣତନ୍ତ୍ର ନଥାନ୍ତା ତେବେ ଏହି ପରିବର୍ତ୍ତନ ହୋଇନଥାନ୍ତା।




