ବିଦେଶରେ ବିଶ୍ବର ବୃହତ୍ତମ ହିନ୍ଦୁ ମନ୍ଦିର, ଅକ୍ଟୋବର ୮ରେ ଉଦଘାଟନ ହେବ

ୱାସିଂଟନ: ଭାରତ ବାହାରେ ବିଶ୍ବର ବୃହତ୍ତମ ହିନ୍ଦୁ ମନ୍ଦିର ଆମେରିକାର ନ୍ୟୁଜର୍ସିରେ ଆସନ୍ତା ଅକ୍ଟୋବର ୮ ତାରିଖରେ ଉଦ୍ଘାଟିତ ହେବାକୁ ଯାଉଛି। ଟାଇମ୍ସ ସ୍କୋୟାର, ନ୍ୟୁୟର୍କର ଦକ୍ଷିଣକୁ ୯୦ କିମି ଏବଂ ୱାସିଂଟନର ଉତ୍ତରକୁ ୨୮୯ କିମି ଦୂର ନ୍ୟୁଜର୍ସିର ରବିନ୍ସଭିଲ ଟାଉନସିପରେ ଉକ୍ତ ବିଏପିଏସ୍ ସ୍ବାମୀନରାୟଣ ଅକ୍ଷରଧାମ ମନ୍ଦିର ନିର୍ମିତ ହୋଇଛି। ସାରା ଆମେରିକାରୁ ୧୨,୫୦୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ୧୨ ବର୍ଷ କରସେବା ପ୍ରଦାନ କରି ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି। […]

Samaya Live Picture
Published On

ୱାସିଂଟନ: ଭାରତ ବାହାରେ ବିଶ୍ବର ବୃହତ୍ତମ ହିନ୍ଦୁ ମନ୍ଦିର ଆମେରିକାର ନ୍ୟୁଜର୍ସିରେ ଆସନ୍ତା ଅକ୍ଟୋବର ୮ ତାରିଖରେ ଉଦ୍ଘାଟିତ ହେବାକୁ ଯାଉଛି। ଟାଇମ୍ସ ସ୍କୋୟାର, ନ୍ୟୁୟର୍କର ଦକ୍ଷିଣକୁ ୯୦ କିମି ଏବଂ ୱାସିଂଟନର ଉତ୍ତରକୁ ୨୮୯ କିମି ଦୂର ନ୍ୟୁଜର୍ସିର ରବିନ୍ସଭିଲ ଟାଉନସିପରେ ଉକ୍ତ ବିଏପିଏସ୍ ସ୍ବାମୀନରାୟଣ ଅକ୍ଷରଧାମ ମନ୍ଦିର ନିର୍ମିତ ହୋଇଛି। ସାରା ଆମେରିକାରୁ ୧୨,୫୦୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ୧୨ ବର୍ଷ କରସେବା ପ୍ରଦାନ କରି ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି। ମନ୍ଦିରର ଆକାର ହେଉଛି ୨୫୫ ଫୁଟ୍ x ୩୪୫ ଫୁଟ୍ x ୧୯୧ ଫୁଟ୍ ଏବଂ ଏହା ୧୮୩ ଏକର ଜମି ଉପରେ ନିର୍ମାଣ ହୋଇଛି। ପ୍ରାଚୀନ ହିନ୍ଦୁ ଶିଳ୍ପଶାସ୍ତ୍ର ଆଧାରରେ ମନ୍ଦିରଟି ନିର୍ମିତ ହୋଇଥିବା ବେଳେ ମନ୍ଦିର ଗାତ୍ରରେ ପ୍ରାୟ ୧୦,୦୦୦ ଛୋଟବଡ଼ ମୂର୍ତ୍ତି ନିର୍ମିତ ହୋଇଛି। କାମ୍ବୋଡ଼ିଆର ୧୨ ଶତାବ୍ଦୀର ଆଙ୍ଗକର ୱାଟ ମନ୍ଦିର ପରେ ଏହା ବୋଧହୁଏ ଦ୍ବିତୀୟ ବୃହତ୍ତମ ମନ୍ଦିର ହେବ।

Tags: