ବିଦେଶରୁ ଫେରି ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଲେ ମୋଦୀ
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ବିଦେଶ ରାଷ୍ଟ୍ର ଗସ୍ତ ଶେଷ କରି ଭାରତ ଫେରିବାପରେ ଆଜି ସକାଳେ ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଛନ୍ତି। ବେଙ୍ଗାଲୁରୁର ପିନିଆ ଶିଳ୍ପାଞ୍ଚଳରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ସେଣ୍ଟରରେ ଇସ୍ରୋ ବୈଜ୍ଞାନିକ ଓ ଅଧିକାରୀମାନଙ୍କୁ ଭେଟି ଚନ୍ଦ୍ରଯାନ-୩ର ସଫଳତା ପାଇଁ ମୋଦୀ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି, ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଯେଉଁ ସ୍ଥାନରେ ଅବତରଣ କରିଥିଲା, ସେହି ସ୍ଥାନକୁ ‘ଶିବଶକ୍ତି’ ବୋଲି କୁହାଯିବ। […]
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ବିଦେଶ ରାଷ୍ଟ୍ର ଗସ୍ତ ଶେଷ କରି ଭାରତ ଫେରିବାପରେ ଆଜି ସକାଳେ ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଛନ୍ତି। ବେଙ୍ଗାଲୁରୁର ପିନିଆ ଶିଳ୍ପାଞ୍ଚଳରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ସେଣ୍ଟରରେ ଇସ୍ରୋ ବୈଜ୍ଞାନିକ ଓ ଅଧିକାରୀମାନଙ୍କୁ ଭେଟି ଚନ୍ଦ୍ରଯାନ-୩ର ସଫଳତା ପାଇଁ ମୋଦୀ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି, ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଯେଉଁ ସ୍ଥାନରେ ଅବତରଣ କରିଥିଲା, ସେହି ସ୍ଥାନକୁ ‘ଶିବଶକ୍ତି’ ବୋଲି କୁହାଯିବ। ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିବା ଦିନ ତଥା ଅଗଷ୍ଟ ୨୩ ତାରିଖକୁ ଏବେ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯିବ ବୋଲି ମୋଦୀ ଘୋଷଣା କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଚନ୍ଦ୍ରପୃଷ୍ଠରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ନିଜର ପାଦଚିହ୍ନ ଛାଡିଥିଲା ତାହାକୁ ‘ତିରଙ୍ଗା’ ବୋଲି କୁହାଯିବ। ଏହା ଭାରତର ପ୍ରତ୍ୟେକ ପ୍ରୟାସ ପାଇଁ ପ୍ରେରଣା ହେବ। ଏହା ଆମକୁ ମନେ ପକାଇଦେବ ଯେ କୌଣସି ବିଫଳତା ଚୂଡ଼ାନ୍ତ ନୁହେଁ।
ସକାଳ ପ୍ରାୟ ସାଢ଼େ ୭ଟାରେ ସେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ସମ୍ବୋଧିତ କରିଥିଲେ। ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ମରଣିକା ପ୍ରଦାନ କରିବା ସହ ଲ୍ୟାଣ୍ଡର ବିକ୍ରମର ପ୍ରତିକୃତି ମଧ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ମୁଁ ଆପଣସମସ୍ତଙ୍କୁ ଆପଣଙ୍କ କଠିନ ପରିଶ୍ରମ ଓ ସମର୍ପଣ ପାଇଁ ଅଭିନନ୍ଦନ ଜଣାଉଛି। ଆପଣ ଦେଶକୁ ଯେଉଁ ଉଚ୍ଚତାକୁ ନେଇଛନ୍ତି ତାହା ସାଧାରଣ ଉଚ୍ଚତା ନୁହେଁ ଓ ତାହା ସାଧାରଣ ସଫଳତା ନୁହେଁ। ଚନ୍ଦ୍ରଯାନ-୩ର ସଫଳତା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଥିଲେ, ଭାରତ ଏବେ ଚନ୍ଦ୍ରରେ ଅଛି। ଆମେ ଏପରି ଏକ ସ୍ଥାନରେ ପହଞ୍ଚିଛୁ ଯେଉଁଠାରେ ପୂର୍ବରୁ କେହି ପହଞ୍ଚି ନଥିଲେ। ଆମେ ତାହା କରିଛୁ ଯାହା ପୂର୍ବରୁ କେହି କରିନଥିଲେ। ଏହା ହେଉଛି ଆଜିର ଭାରତ- ଅତ୍ୟନ୍ତ ସାହସୀ।




