ବିଟକଏନ ଦୁର୍ନୀତି ମାମଲା ସହ ଜଡ଼ିତ ୪୦ରୁ ଅଧିକ ଏତଲା ସିବିଆଇକୁ ସ୍ଥାନାନ୍ତର କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ବିଟକଏନ୍ କ୍ରିପ୍ଟୋକରେନ୍ସି ଦୁର୍ନୀତି ମାମଲା ସହ ଜଡ଼ିତ ୪୦ରୁ ଅଧିକ ଏତଲାକୁ ସୁପ୍ରିମକୋର୍ଟ ଆଜି ସିବିଆଇକୁ ସ୍ଥାନାନ୍ତର କରିଦେଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କୋର୍ଟ ଏହି ମାମଲା ସହ ଜଡ଼ିତ ଏତଲା ଗୁଡ଼ିକୁ ସିବିଆଇକୁ ପଠାଇଛନ୍ତି ଏବଂ ମାମଲାର ବିଚାରଣକୁ ଦିଲ୍ଲୀ କୋର୍ଟ ପଠାଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦ୍ଦିୱାଲା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ମାମଲାରେ ଅଭିଯୁକ୍ତଙ୍କୁ ଯଦି […]
ନୂଆଦିଲ୍ଲୀ : ବିଟକଏନ୍ କ୍ରିପ୍ଟୋକରେନ୍ସି ଦୁର୍ନୀତି ମାମଲା ସହ ଜଡ଼ିତ ୪୦ରୁ ଅଧିକ ଏତଲାକୁ ସୁପ୍ରିମକୋର୍ଟ ଆଜି ସିବିଆଇକୁ ସ୍ଥାନାନ୍ତର କରିଦେଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କୋର୍ଟ ଏହି ମାମଲା ସହ ଜଡ଼ିତ ଏତଲା ଗୁଡ଼ିକୁ ସିବିଆଇକୁ ପଠାଇଛନ୍ତି ଏବଂ ମାମଲାର ବିଚାରଣକୁ ଦିଲ୍ଲୀ କୋର୍ଟ ପଠାଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦ୍ଦିୱାଲା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ମାମଲାରେ ଅଭିଯୁକ୍ତଙ୍କୁ ଯଦି ଅନ୍ୟ କୋର୍ଟରୁ ନିୟମିତ ଜାମିନ ନମିଳେ ତେବେ ସେମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।




