ବିଜୟ ହାସଲ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ : ନେତାନ୍ୟାହୁ
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ପ୍ରତିଦିନ ଭୟଙ୍କର ହେବାରେ ଲାଗିଥିବାବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଦୃଢ଼ ପ୍ରତିଜ୍ଞା କରିଛନ୍ତି ଯେ ଗାଜାରେ ସମ୍ପୂର୍ଣ୍ଣ ବିଜୟ ହାସଲ ନହେବା ପର୍ଯ୍ୟନ୍ତ ଶେଷ ଯାଏଁ ଲଢ଼େଇ ଜାରି ରହିବ। ଗାଜାରେ ଆକ୍ରମଣ ବନ୍ଦ ହେବନାହିଁ ଏବଂ ଗାଜାରେ ସ୍ଥଳ ଅଭିଯାନ ଖୁବ୍ଶୀଘ୍ର ଆରମ୍ଭ ହେବା ନେଇ ନେତାନ୍ୟାହୁ ସଙ୍କେତ ଦେଇଛନ୍ତି। ସମସ୍ତ ନାଗରିକ ଉତ୍ତର ଗାଜା ଛାଡ଼ିବାପାଇଁ ଇସ୍ରାଏଲ ନିର୍ଦ୍ଦେଶ ଦେଇ ସାରିଛି। ଇତି ମଧ୍ୟରେ ହମାସ ଆତଙ୍କବାଦୀ […]
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ପ୍ରତିଦିନ ଭୟଙ୍କର ହେବାରେ ଲାଗିଥିବାବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଦୃଢ଼ ପ୍ରତିଜ୍ଞା କରିଛନ୍ତି ଯେ ଗାଜାରେ ସମ୍ପୂର୍ଣ୍ଣ ବିଜୟ ହାସଲ ନହେବା ପର୍ଯ୍ୟନ୍ତ ଶେଷ ଯାଏଁ ଲଢ଼େଇ ଜାରି ରହିବ। ଗାଜାରେ ଆକ୍ରମଣ ବନ୍ଦ ହେବନାହିଁ ଏବଂ ଗାଜାରେ ସ୍ଥଳ ଅଭିଯାନ ଖୁବ୍ଶୀଘ୍ର ଆରମ୍ଭ ହେବା ନେଇ ନେତାନ୍ୟାହୁ ସଙ୍କେତ ଦେଇଛନ୍ତି। ସମସ୍ତ ନାଗରିକ ଉତ୍ତର ଗାଜା ଛାଡ଼ିବାପାଇଁ ଇସ୍ରାଏଲ ନିର୍ଦ୍ଦେଶ ଦେଇ ସାରିଛି। ଇତି ମଧ୍ୟରେ ହମାସ ଆତଙ୍କବାଦୀ ଗୋଷ୍ଠୀ ପଣବନ୍ଦୀ ରଖିଥିବା ୨ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିଛି ବୋଲି ନେତାନ୍ୟାହୁ କହିଛନ୍ତି। ତେବେ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକ ଇସ୍ରାଏଲକୁ ଗାଜାରେ ସ୍ଥଳ ଅଭିଯାନ ବିଳମ୍ବ କରିବାପାଇଁ ଚାପ ପକାଇଛନ୍ତି। ତେବେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ କହିଛନ୍ତି, ଦେଶ ହମାସ ଆତଙ୍କବାଦୀ ଗୋଷ୍ଠୀକୁ ଧ୍ବଂସ କରିଦେବାପରେ ଗାଜା ଷ୍ଟ୍ରିପ୍ରେ ଜୀବନକୁ ନିୟନ୍ତ୍ରଣ କରିବାକୁ ଚାହେନା। ତେବେ ଇସ୍ରାଏଲ ଗାଜାର ଦକ୍ଷିଣରେ ବୋମାର୍ଷା କରିଛି ବୋଲି ଦାବି ହୋଇଛି। ଇସ୍ରାଏଲ ମଧ୍ୟ ଲେବାନନ୍ ସୀମା ନିକଟସ୍ଥ ଉତ୍ତରାଞ୍ଚଳ ସହରରୁ ନିଜର ନାଗରିକଙ୍କୁ ଖାଲି କରିଛି। ସେହିପରି ଗାଜାରେ ପାଲେଷ୍ଟିନୀୟ ଆତଙ୍କବାଦୀମାନେ ଇସ୍ରାଏଲର ଦକ୍ଷିଣରେ ଲଗାତାର ରକେଟ୍ ବର୍ଷା କରିଥିବା ଜଣାପଡ଼ିଛି।




