ବିଜୟଙ୍କ ରୢାଲିରେ ଦଳାଚକଟା ହୋଇ ୧୦ ଶିଶୁଙ୍କ ସମେତ ୩୯ ମୃତ
ନୂଆଦିଲ୍ଲୀ : ଅଭିନେତାରୁ ରାଜନେତା ପାଲଟିଥିବା ତାମିଲନାଡ଼ୁର ବିଜୟଙ୍କ କରୁର୍ ରୢାଲିରେ ଶନିବାର ବଡ଼ଧରଣର ଦଳାଚକଟା ହୋଇଛି। ଏଥିରେ ୧୦ ଶିଶୁ ଓ ୧୬ ମହିଳାଙ୍କ ସମେତ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଲୋକ ଅସୁସ୍ଥ ଓ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାମିଲଗା ଭେଟ୍ଟ୍ରି କାଜାଗମ (ଟିଭିକେ) ମୁଖ୍ୟ ବିଜୟଙ୍କ ରୢାଲି କରୁରରେ ଆୟୋଜନ କରାଯାଇଥିଳା। ଏଥିରେ ଯୋଗ ଦେବା ପାଇଁ ଆସିଥିବା ବିଜୟଙ୍କ ସମର୍ଥକମାନେ ପ୍ରାୟ ୬ ଘଣ୍ଟା ଧରି […]
ନୂଆଦିଲ୍ଲୀ : ଅଭିନେତାରୁ ରାଜନେତା ପାଲଟିଥିବା ତାମିଲନାଡ଼ୁର ବିଜୟଙ୍କ କରୁର୍ ରୢାଲିରେ ଶନିବାର ବଡ଼ଧରଣର ଦଳାଚକଟା ହୋଇଛି। ଏଥିରେ ୧୦ ଶିଶୁ ଓ ୧୬ ମହିଳାଙ୍କ ସମେତ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଲୋକ ଅସୁସ୍ଥ ଓ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାମିଲଗା ଭେଟ୍ଟ୍ରି କାଜାଗମ (ଟିଭିକେ) ମୁଖ୍ୟ ବିଜୟଙ୍କ ରୢାଲି କରୁରରେ ଆୟୋଜନ କରାଯାଇଥିଳା। ଏଥିରେ ଯୋଗ ଦେବା ପାଇଁ ଆସିଥିବା ବିଜୟଙ୍କ ସମର୍ଥକମାନେ ପ୍ରାୟ ୬ ଘଣ୍ଟା ଧରି ଅପେକ୍ଷା କରିଥିଲେ। ବିଜୟ ଆସିବା ପରେ ଲୋକମାନେ ମଞ୍ଚ ନିକଟକୁ ମାଡ଼ି ଯିବାରୁ ଭିଡ଼ ସ୍ଥିତି ଅସମ୍ଭାଳ ହୋଇଥିଲା। ଦଳାଚକଟାରେ ଅନେକ ଲୋକ ଅଣନିଶ୍ବାସୀ ହୋଇ ବେହୋସ୍ ହୋଇପଡ଼ିଛନ୍ତି। ବିଜୟ ତାଙ୍କ ଭାଷଣ ଅଧାରୁ ବନ୍ଦ କରି ସମସ୍ତଙ୍କୁ ଶାନ୍ତ ରହିବା ପାଇଁ ଅନୁରୋଧ କରିଥିଲେ। ଭିଡ଼ରେ ଜଣେ ପିଲା ନିଖୋଜ ହୋଇଯାଇଥିବାରୁ ତାକୁ ଖୋଜିବା ପାଇଁ ବିଜୟ ପୁଲିସକୁ କହିଥିଲେ। ଏଥିସହିତ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ିବାକୁ ସମର୍ଥକମାନଙ୍କୁ ଅନୁରୋଧ କରିଥିଲେ। ଯେଉଁମାନେ ଅସୁସ୍ଥ ଅନୁଭବ କରିଥିଲେ ସେମାନଙ୍କୁ ପାଣି ବୋତଲ ଦିଆଯାଇଥିଲା ଏବଂ ତତ୍କାଳ ଚିକିତ୍ସା ଟିମ୍ ମୁତୟନ ହୋଇଥିଲେ। ମିଳିଥିବା ସୂଚନାନୁଯାୟୀ ଅଧିକାଂଶ ଆହତ ଏବଂ ମୃତକ ବିଜୟଙ୍କ ରାଜନୈତିକ ଦଳ ଟିଭିକେର ସମର୍ଥକ। ଦଳାଚକଟା ଖବର ପାଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଏମ୍ଏ ସୁବ୍ରମଣ୍ୟନ୍ ଏବଂ ଗଣଶିକ୍ଷା ମନ୍ତ୍ରୀ ଅନବିଲ୍ ମହେଶ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ କରୁର ଜିଲ୍ଲା ସଚିବ ଭି ସେନ୍ଥିଲ ବାଲାଜୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।




