ବିଜ୍ଞାପନକୁ ନେଇ ମହାରାଷ୍ଟ୍ରରେ ବିଜେପି-ଶିବସେନା ନେତା ମୁହାଁମୁହିଁ
ମୁମ୍ବାଇ : ମହାରାଷ୍ଟ୍ର ସରକାର ନିକଟରେ ଛାପିଥିବା ଏକ ବିଜ୍ଞାପନକୁ ନେଇ ଜୋରଦାର ବିବାଦ ହୋଇଛି। ଏକ ସର୍ଭେକୁ ଆଧାର କରି ମହାରାଷ୍ଟ୍ର ସରକାର ଛାପିଥିବା ବିଜ୍ଞାପନରେ ଦର୍ଶାଯାଇଥିଲା ଯେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କଠାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଲୋକପ୍ରୀୟତା ଅଧିକ। ବିଜ୍ଞାପନର କ୍ୟାପସନ୍ ରହିଥିଲା ‘ ରାଷ୍ଟ୍ରରେ ମୋଦୀ, ମହାରାଷ୍ଟ୍ରରେ ସିନ୍ଦେ’। ଏଥିରେ ଦେବେନ୍ଦ୍ର ଫଡ଼ନାବିସଙ୍କୁ ରଖାଯାଇନଥିଲା। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାପରେ ମହାରାଷ୍ଟ୍ର ସରକାର ଗତକାଲି ଏକ ନୂଆ […]
ମୁମ୍ବାଇ : ମହାରାଷ୍ଟ୍ର ସରକାର ନିକଟରେ ଛାପିଥିବା ଏକ ବିଜ୍ଞାପନକୁ ନେଇ ଜୋରଦାର ବିବାଦ ହୋଇଛି। ଏକ ସର୍ଭେକୁ ଆଧାର କରି ମହାରାଷ୍ଟ୍ର ସରକାର ଛାପିଥିବା ବିଜ୍ଞାପନରେ ଦର୍ଶାଯାଇଥିଲା ଯେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କଠାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଲୋକପ୍ରୀୟତା ଅଧିକ। ବିଜ୍ଞାପନର କ୍ୟାପସନ୍ ରହିଥିଲା ‘ ରାଷ୍ଟ୍ରରେ ମୋଦୀ, ମହାରାଷ୍ଟ୍ରରେ ସିନ୍ଦେ’। ଏଥିରେ ଦେବେନ୍ଦ୍ର ଫଡ଼ନାବିସଙ୍କୁ ରଖାଯାଇନଥିଲା। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାପରେ ମହାରାଷ୍ଟ୍ର ସରକାର ଗତକାଲି ଏକ ନୂଆ ବିଜ୍ଞାପନ ଜାରି କରିଥୁିଲେ। ଏଥିରେ ଫଡ଼ନାବିସଙ୍କ ଫଟୋ ରହିଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିଜେପି ଏବଂ ଶିବସେନା ବିଧାୟକ ମୁହାଁମୁହିଁ ହୋଇଛନ୍ତି। ମହାରାଷ୍ଟ୍ରର ବିଜେପି ସାଂସଦ ଅନିଲ ବୋନ୍ଦେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରକୁ ବର୍ଷି କହିଛନ୍ତି, ଗୋଟିଏ ବେଙ୍ଗ ଯେତେ ଫୁଲିଲେ ବି ଏହା କେବେ ହାତୀ ହୋଇପାରିବନି। ଏହାର କଡ଼ା ଜବାବ ଦେଇ ଜଣେ ଶିବସେନା ବିଧାୟକ କହିଛନ୍ତି, କେବଳ ତାଙ୍କ ଦଳର ୫୦ ବାଘଙ୍କ ପାଇଁ ପୂର୍ବତନ ମନ୍ତ୍ରୀ କ୍ୟାବିନେଟ୍ରେ ସ୍ଥାନ ପାଇପାରିଛନ୍ତି।




