ବିଜେପି ସାଂସଦ ସତୀଶ ଚନ୍ଦ୍ର ଡୁବେଙ୍କ କାର୍ ଦୁର୍ଘଟଣା, ହସ୍ପିଟାଲରେ ଭର୍ତ୍ତି ହେଲେ
ନୂଆଦିଲ୍ଲୀ : ବିଜେପି ସାଂସଦ ସତୀଶ ଚନ୍ଦ୍ର ଡୁବେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।ଗତକାଲି ମଧ୍ୟରାତ୍ରିରେ ପାଟନାର ଗାନ୍ଧୀ ସେତୁ ପୋଲ ଉପରେ ଡୁବେଙ୍କ କାର୍ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସାଂସଦ ସତୀଶ, ତାଙ୍କ ସୁରକ୍ଷାକର୍ମୀ ଏବଂ କାର୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪୮ ବର୍ଷୀୟ ସତୀଶ ୨୦୨୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ବିହାରର ବାଲ୍ମିକୀ ନଗର ନିର୍ବାଚନମଣ୍ଡଳୀକୁ ଲୋକସଭାରେ ପ୍ରତିନିଧିତ୍ବ କରିଥିଲେ। ୨୦୦୫ରେ […]
ନୂଆଦିଲ୍ଲୀ : ବିଜେପି ସାଂସଦ ସତୀଶ ଚନ୍ଦ୍ର ଡୁବେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।ଗତକାଲି ମଧ୍ୟରାତ୍ରିରେ ପାଟନାର ଗାନ୍ଧୀ ସେତୁ ପୋଲ ଉପରେ ଡୁବେଙ୍କ କାର୍ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସାଂସଦ ସତୀଶ, ତାଙ୍କ ସୁରକ୍ଷାକର୍ମୀ ଏବଂ କାର୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪୮ ବର୍ଷୀୟ ସତୀଶ ୨୦୨୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ବିହାରର ବାଲ୍ମିକୀ ନଗର ନିର୍ବାଚନମଣ୍ଡଳୀକୁ ଲୋକସଭାରେ ପ୍ରତିନିଧିତ୍ବ କରିଥିଲେ। ୨୦୦୫ରେ ସେ ବିହାର ବିଧାନସଭାରେ ଜଣେ ସଦସ୍ୟ ଥିଲେ।




