ବିଜେପି ସାଂସଦ ମତେ କହିଲେ ଦଳରେ ଗୁଲାମୀ କାମ ଚାଲିଛି , ତାଙ୍କ ହୃଦୟ କଂଗ୍ରେସ ସହ : ରାହୁଲ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର କହିଛନ୍ତି, ପୂର୍ବରୁ କଂଗ୍ରେସରେ ଥିବା ଜଣେ ବିଜେପି ସାଂସଦ ତାଙ୍କୁ କହିଛନ୍ତି ଯେ ବିଜେପିରେ ଗୁଲାମୀ କାମ ଚାଲିଛି। ତେବେ ଏବେ ବି କଂଗ୍ରେସ ସହ ତାଙ୍କ ହୃଦୟ ଅଛି ବୋଲି ସେ କହିଛନ୍ତି। ନାଗପୁରରେ ‘ହେଁ ତେୟାର ହମ’ ରାଲିରେ ଉଦବୋଧନ ଦେଇ ରାହୁଲ ଏହି ଟିପ୍ପଣୀ ଦେଇଛନ୍ତି। ରାହୁଲ କହିଛନ୍ତି, କଂଗ୍ରେସରେ ଥିବା ପୂର୍ବତନ ନେତା ତାଙ୍କୁ କହିଛନ୍ତି ଯେ ଉପରିସ୍ଥ ଅଧିକାରୀଙ୍କ ଠାରୁ […]
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର କହିଛନ୍ତି, ପୂର୍ବରୁ କଂଗ୍ରେସରେ ଥିବା ଜଣେ ବିଜେପି ସାଂସଦ ତାଙ୍କୁ କହିଛନ୍ତି ଯେ ବିଜେପିରେ ଗୁଲାମୀ କାମ ଚାଲିଛି। ତେବେ ଏବେ ବି କଂଗ୍ରେସ ସହ ତାଙ୍କ ହୃଦୟ ଅଛି ବୋଲି ସେ କହିଛନ୍ତି। ନାଗପୁରରେ ‘ହେଁ ତେୟାର ହମ’ ରାଲିରେ ଉଦବୋଧନ ଦେଇ ରାହୁଲ ଏହି ଟିପ୍ପଣୀ ଦେଇଛନ୍ତି। ରାହୁଲ କହିଛନ୍ତି, କଂଗ୍ରେସରେ ଥିବା ପୂର୍ବତନ ନେତା ତାଙ୍କୁ କହିଛନ୍ତି ଯେ ଉପରିସ୍ଥ ଅଧିକାରୀଙ୍କ ଠାରୁ ତାଙ୍କ ପାଖକୁ ନିର୍ଦ୍ଦେଶ ଆସେ ଏବଂ ଜଣେ ପସନ୍ଦ କରନ୍ତୁ କିମ୍ବା ନକରନ୍ତୁ ଏହି ନିର୍ଦ୍ଦେଶ ମାନିବାକୁ ପଡ଼ିବ। ସେ ପୁଣିଥରେ କହିଛନ୍ତି ଯେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏବଂ ସିବିଆଇ ଭଳି ସମସ୍ତ ତଦନ୍ତକାରୀ ସଂସ୍ଥା ସରକାରଙ୍କଠାରୁ ଚାପରେ ରହିଛନ୍ତି। ଗାନ୍ଧି ମଧ୍ୟ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲଙ୍କ ଉଦାହରଣ ଦେଇଛନ୍ତି। ରାହୁଲ କହିଛନ୍ତି, କଂଗ୍ରେସ ମୁଖ୍ୟ ପାଟୋଲ ପୂର୍ବରୁ କୃଷକଙ୍କୁ ଦିଆଯାଉଥିବା ଜିଏସ୍ଟି ସେୟାର ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ତାଙ୍କୁ ହଟାଇ ଦିଆଯାଇଥିଲା। ଆଜି ନାଗପୁରରେ ହୋଇଥିବା। ଏହି ରାଲିରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଯୋଗ ଦେଇଛନ୍ତି।




