ବିଜେପି ସହ ମେଣ୍ଟକୁ ନେଇ ଜୟନ୍ତ ଚୌଧୁରୀଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତରତ୍ନ ପ୍ରଦାନ କରାଯିବାର କିଛି ଘଣ୍ଟା ପରେ ତାଙ୍କ ନାତି ତଥା ଆର୍ଏଲ୍ଡି ମୁଖ୍ୟ ଜୟନ୍ତ ଚୌଧୁରୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ବିଜେପି ସହ ମେଣ୍ଟକୁ ସୁନିଶ୍ଚିତ କରିଛନ୍ତି। ମେଣ୍ଟ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ଚୌଧୁରୀ କହିଛନ୍ତି , ଏଥିରେ ଅସ୍ବୀକାର କରିବାର କିଛି ନାହିଁ। ଏଭଳି ପ୍ରସ୍ତାବକୁ ସେ କିଭଳି ପ୍ରତ୍ୟାଖ୍ୟାନ କରିପାରିଥାନ୍ତେ? ମୋଦୀଙ୍କ ଦୂରଦୃଷ୍ଟି ସେହି କାମ କରିପାରିଛି ଯାହା ଅନ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତରତ୍ନ ପ୍ରଦାନ କରାଯିବାର କିଛି ଘଣ୍ଟା ପରେ ତାଙ୍କ ନାତି ତଥା ଆର୍ଏଲ୍ଡି ମୁଖ୍ୟ ଜୟନ୍ତ ଚୌଧୁରୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ବିଜେପି ସହ ମେଣ୍ଟକୁ ସୁନିଶ୍ଚିତ କରିଛନ୍ତି। ମେଣ୍ଟ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ଚୌଧୁରୀ କହିଛନ୍ତି , ଏଥିରେ ଅସ୍ବୀକାର କରିବାର କିଛି ନାହିଁ। ଏଭଳି ପ୍ରସ୍ତାବକୁ ସେ କିଭଳି ପ୍ରତ୍ୟାଖ୍ୟାନ କରିପାରିଥାନ୍ତେ? ମୋଦୀଙ୍କ ଦୂରଦୃଷ୍ଟି ସେହି କାମ କରିପାରିଛି ଯାହା ଅନ୍ୟ କୌଣସି ଦଳ ଏପର୍ଯ୍ୟନ୍ତ କରିପାରି ନାହାନ୍ତି ବୋଲି ଜୟନ୍ତ ଚୌଧୁରୀ କହିଛନ୍ତି । ଅନ୍ୟପକ୍ଷେ ଉକ୍ତ ଘଟଣା ବିରୋଧୀ ଇଣ୍ଡିଆ ମେଣ୍ଟ ପାଇଁ ଏକ ଝଟ୍କା ସାଜିଛି। ଜୟନ୍ତ ଚୌଧୁରୀ କହିଛନ୍ତି ଯେ, ଆସନ କିମ୍ବା ଭୋଟ୍ ବିଷୟରେ କହିବା ଆଜିର ଦିନକୁ କମ୍ ଗୁରୁତ୍ୱପୂର୍ଣ୍ଣ କରିଦେବ। ତେବେ ଆସନ ବୁଝାମଣା ଅନୁଯାୟୀ ଆର୍ଏଲ୍ଡି ଦୁଇଟି ଲୋକସଭା ଆସନ ବାଗପତ ଓ ବିଜନୋରରେ ଲଢ଼ିବ ଏବଂ ରାଜ୍ୟସଭା ଆସନ ପାଇଁ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।

Tags: