ବିଜେପି ସରକାର କାର୍ଯ୍ୟରେ ୭୦.୫ ପ୍ରତିଶତ ଭାରତୀୟ ସନ୍ତୁଷ୍ଟ: ସିଭୋଟର ସର୍ଭେ
ନୂଆଦିଲ୍ଲୀ : ନିକଟରେ ସିଭୋଟର ଦ୍ବାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ୭୦.୫ ପ୍ରତିଶତ ଭାରତୀୟ ବିଜେପି-ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି। ୨୭.୬ ପ୍ରତିଶତ ଭିନ୍ନ ମତ ଦେଇଥିବା ବେଳେ ୨.୩୬ ପ୍ରତିଶତ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ସିଭୋଟର ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୬, ୨୦୧୪ରେ ବିଜେପି-ନେତୃତ୍ବାଧୀନ ସରକାରର ମଙ୍ଗ ଧରିଥିବା ବେଳେ ଆଜି ଗତ […]
ନୂଆଦିଲ୍ଲୀ : ନିକଟରେ ସିଭୋଟର ଦ୍ବାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ୭୦.୫ ପ୍ରତିଶତ ଭାରତୀୟ ବିଜେପି-ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି। ୨୭.୬ ପ୍ରତିଶତ ଭିନ୍ନ ମତ ଦେଇଥିବା ବେଳେ ୨.୩୬ ପ୍ରତିଶତ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ସିଭୋଟର ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୬, ୨୦୧୪ରେ ବିଜେପି-ନେତୃତ୍ବାଧୀନ ସରକାରର ମଙ୍ଗ ଧରିଥିବା ବେଳେ ଆଜି ଗତ ୨୬ ତାରିଖରେ ସରକାରକୁ ୯ ବର୍ଷ ପୂର୍ତ୍ତି ହୋଇଛି।
ଗତବର୍ଷ ମଧ୍ୟ ସିଭୋଟର ପକ୍ଷରୁ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସର୍ଭେ କରାଯାଇଥିଲା। ସେଥିରେ ୬୮.୮୫ ପ୍ରତିଶତ ଲୋକ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ବୋଲି ମତ ଦେଇଥିବା ବେଳେ ୨୮.୨୫ ପ୍ରତିଶତ ଭିନ୍ନ ମତ ଦେଇଥିଲେ। ୨୦୨୧ରେ ୫୯.୨ ପ୍ରତିଶତ ଲୋକ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ବୋଲି କହିଥିଲେ। ୨୦୨୦ର ୮୦.୭୩ ପ୍ରତିଶତରୁ ଏହା ଯଥେଷ୍ଟ କମ୍ ଥିଲା। ସେହିପରି ୨୦୧୯ରେ ୭୪.୭୨ ପ୍ରତିଶତ ବ୍ୟକ୍ତି ମୋଦୀ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ବୋଲି ମତ ଦେଇଥିଲେ।




