ଜଟିଳ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ବିଜେପି ନେତାଙ୍କୁ ମୋଦୀଙ୍କ ପରାମର୍ଶ
ନୂଆଦିଲ୍ଲୀ, ୨୮/୩ : ସଂସଦ ଭବନ ପରିସରରେ ଆଜି ବିଜେପି ସଂସଦୀୟ ଦଳ ବୈଠକ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି। ଉକ୍ତ ବୈଠକରେ ମୋଦୀ ବିଜେପି ନେତାମାନଙ୍କୁ ଅତି ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ଏକ ଜଟିଳ ତଥା ଶକ୍ତିଶାଳୀ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ମୋଦୀ ବିଜେପି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ମୋଦୀ କହିଛନ୍ତି, ଦଳ ଯେତେ ଆଗକୁ ଯିବ ଏବଂ ଯେତେ ସଫଳ ହେବ ବିରୋଧୀଙ୍କ […]
ନୂଆଦିଲ୍ଲୀ, ୨୮/୩ : ସଂସଦ ଭବନ ପରିସରରେ ଆଜି ବିଜେପି ସଂସଦୀୟ ଦଳ ବୈଠକ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି। ଉକ୍ତ ବୈଠକରେ ମୋଦୀ ବିଜେପି ନେତାମାନଙ୍କୁ ଅତି ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ଏକ ଜଟିଳ ତଥା ଶକ୍ତିଶାଳୀ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ମୋଦୀ ବିଜେପି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ମୋଦୀ କହିଛନ୍ତି, ଦଳ ଯେତେ ଆଗକୁ ଯିବ ଏବଂ ଯେତେ ସଫଳ ହେବ ବିରୋଧୀଙ୍କ ପକ୍ଷରୁ ଆକ୍ରମଣ ସେତେ ଅଧିକ ହେବ। ତେଣୁ ଏକ ଜଟିଳ ଲଢ଼େଇ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ ସଂସଦର ଦ୍ବିତୀୟ ଅଧିବେଶନରେ ଆଜି ପ୍ରଥମ ଥର ପାଇଁ ବିଜେପି ସଂସଦୀୟ ଦଳ ବୈଠକ ବସିଛି। ନିକଟରେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ସରିଥିବା ନିର୍ବାଚନରେ ବିଜେପିର ସଫଳତା ପାଇଁ ବିଜେପି ସାଂସଦମାନେ ଆଜି ମୋଦୀଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ ଏବଂ ଏହାପରୋ ବୈଠକ ଆରମ୍ଭ ହୋଇଥିଲା ।




