ବିଜେପି ବିରୋଧରେ ଆନ୍ଦୋଳନ କରି ଦିଲ୍ଲୀରେ ଆପ୍ ନେତା ଅଟକ

ନୂଆଦିଲ୍ଲୀ : ଚଣ୍ଡିଗଡ଼ ମେୟର ନିର୍ବାଚନରେ ଠକେଇ ଅଭିଯୋଗ କରି ବିଜେପି ବିରୋଧରେ ଆଜି ଆପ୍ ପକ୍ଷରୁ ବିଶାଳ ଆନ୍ଦୋଳନ ହୋଇଥିଲା। ବିଜେପି ମୁଖ୍ୟାଳୟ ବାହାରେ ଆଜି ଆପ୍ ନେତାମାନେ ଆନ୍ଦୋଳନ କରିବା ସମୟରେ ଅନେକ ସଂଖ୍ୟାରେ ଆପ୍ ନେତା ଅଟକ ରହିଛନ୍ତି ଏବଂ ସେମାନଙ୍କୁ ଗୃହବନ୍ଦୀ ରଖାଯାଇଛି। ଦିଲ୍ଲୀ ପୁଲିସ ଅନୁଯାୟୀ ଆପ୍ ନେତାମାନେ ଆନ୍ଦୋଳନରେ ସାମିଲ ହେବାକୁ ଯାଉଥିବାବେଳେ ସେମାନଙ୍କୁ ଅଟକ ରଖାଯାଇଛି। ପୁଲିସ ଅନୁଯାୟୀ ୨୫ରୁ ଅଧିକ ନେତାଙ୍କୁ ସିଙ୍ଘୁ ସୀମାରୁ ଅଟକ […]

Samaya Live Picture
Published On

ନୂଆଦିଲ୍ଲୀ : ଚଣ୍ଡିଗଡ଼ ମେୟର ନିର୍ବାଚନରେ ଠକେଇ ଅଭିଯୋଗ କରି ବିଜେପି ବିରୋଧରେ ଆଜି ଆପ୍ ପକ୍ଷରୁ ବିଶାଳ ଆନ୍ଦୋଳନ ହୋଇଥିଲା। ବିଜେପି ମୁଖ୍ୟାଳୟ ବାହାରେ ଆଜି ଆପ୍ ନେତାମାନେ ଆନ୍ଦୋଳନ କରିବା ସମୟରେ ଅନେକ ସଂଖ୍ୟାରେ ଆପ୍ ନେତା ଅଟକ ରହିଛନ୍ତି ଏବଂ ସେମାନଙ୍କୁ ଗୃହବନ୍ଦୀ ରଖାଯାଇଛି। ଦିଲ୍ଲୀ ପୁଲିସ ଅନୁଯାୟୀ ଆପ୍ ନେତାମାନେ ଆନ୍ଦୋଳନରେ ସାମିଲ ହେବାକୁ ଯାଉଥିବାବେଳେ ସେମାନଙ୍କୁ ଅଟକ ରଖାଯାଇଛି। ପୁଲିସ ଅନୁଯାୟୀ ୨୫ରୁ ଅଧିକ ନେତାଙ୍କୁ ସିଙ୍ଘୁ ସୀମାରୁ ଅଟକ ରଖାଯାଇଛି। ଆପ ହରିୟାଣା ମୁଖ୍ୟ ସୁଶୀଲ ଗୁପ୍ତା ଆନ୍ଦୋଳନରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ଇତି ମଧ୍ୟରେ ଦିଲ୍ଲୀର କିଛି ଅଂଶରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିଜେପି ମଧ୍ୟ ଅରବିନ୍ଦ କେଜ୍ରିୱାନଲ ସରକାରରେ ହୋଇଥିବା ଦୁର୍ନୀତିକୁ ବିରୋଧ କରି ଆପ୍ ଅଫିସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଜେପତ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି ଏବଂ ତାଙ୍କ ଇସ୍ତଫା ଦାବି କରିଛନ୍ତି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି, କେଜ୍ରିୱାଲ ସରକାର ଦୁର୍ନୀତି ସହ ସମାନ। ପ୍ରତିଦିନ ସରକାରଙ୍କ ଦୁର୍ନୀତି ଲୋକଙ୍କ ସାମ୍ନାକୁ ଆସୁଛି । କେଜ୍ରିୱାଲ ସରକାର ଅଧୀନରେ ଦିଲ୍ଲୀ ଜଳ ବୋର୍ଡରେ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି।

Tags: