ବିଜେପି ବିଧାୟକଙ୍କ ସହ ଗୋଟିଏ ମଞ୍ଚରେ ବିଲକିସ ବାନୋ ମାମଲାର ଦୋଷୀ
ନୂଆଦିଲ୍ଲୀ, ୨୭/୩ : ୨୦୦୨ ବିଲକିସ ବାନୋ ମାମଲାର ଜଣେ ଦୋଷୀକୁ ଗୁଜରାଟର ଏକ ସରକାରୀ କାର୍ଯ୍ୟକ୍ରମରେ ଜଣେ ବିଜେପି ବିଧାୟକ ଏବଂ ଜଣେ ବିଜେପି ସାଂସଦଙ୍କ ସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଏହାର ଏକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଦୋଷୀ ଶୈଳେଶ ଚିମନଲାଲ ଭଟ୍ଟ ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଦାହୋଦ ବିଜେପି ସାଂସଦ ଯଶବନ୍ତ ସିଂହ ଭାବୋର ଏବଂ ବିଧାୟକ ଶୈଳେଶ ଭାବୋରଙ୍କ ସହ ଗୋଟିଏ […]
ନୂଆଦିଲ୍ଲୀ, ୨୭/୩ : ୨୦୦୨ ବିଲକିସ ବାନୋ ମାମଲାର ଜଣେ ଦୋଷୀକୁ ଗୁଜରାଟର ଏକ ସରକାରୀ କାର୍ଯ୍ୟକ୍ରମରେ ଜଣେ ବିଜେପି ବିଧାୟକ ଏବଂ ଜଣେ ବିଜେପି ସାଂସଦଙ୍କ ସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଏହାର ଏକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଦୋଷୀ ଶୈଳେଶ ଚିମନଲାଲ ଭଟ୍ଟ ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଦାହୋଦ ବିଜେପି ସାଂସଦ ଯଶବନ୍ତ ସିଂହ ଭାବୋର ଏବଂ ବିଧାୟକ ଶୈଳେଶ ଭାବୋରଙ୍କ ସହ ଗୋଟିଏ ମଞ୍ଚରେ ବସିଥିଲା। ଜଳ ଯୋଗାଣ ଯୋଜନାର ଉଦ୍ଘାଟନ ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଦୋଷୀ ଶୈଳେଶକୁ ଦେଖିବାକୁ ମିଳିଥିଲା। ତେବେ ଉକ୍ତ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୦୨ ଗୁଜରାଟ ଦଙ୍ଗା ମାମଲାର ସମସ୍ତ ୧୧ ଦୋଷୀ ଗତବର୍ଷ ଅଗଷ୍ଟରେ ଜେଲ୍ରୁ ମୁକୁଳିଥିଲେ। ଗୁଜରାଟ ସରକାରଙ୍କ ସ୍ବତନ୍ତ୍ର ନୀତି ଅଧୀନରେ ସେମାନଙ୍କୁ ଜେଲ୍ରୁ ମୁକୁଳାଯାଇଥିଲା। କିନ୍ତୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା ଏବଂ ଆଜି ଏହି ଆବେଦନ ଉପରେ ଶୁଣାଣି ଅଛି।




