ବିଜେପି ଜାତିଗତ ଜନଗଣନାକୁ ବିରୋଧ କରିନି : ଶାହ
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି, ବିଜେପି ଦଳ କେବେ ବି ଜାତିଗତ ଜନଗଣନା ଚିନ୍ତାଧାରାକୁ ବିରୋଧ କରିନି। କିନ୍ତୁ ବ୍ୟାପକ ଆଲୋଚନା ପରେ ଉକ୍ତ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ଛତିଶଗଡ଼ ରାୟପୁରରେ ଆଜି ଶାହଙ୍କୁ ଜାତିଗତ ଜନଗଣନା ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ସେ କହିଥିଲେ, ଆମେ ଏକ ଜାତୀୟ ରାଜନୈତିକ ଦଳ ଏବଂ ଆମେ କେବେ ବି ଭୋଟ୍ ବ୍ୟାଙ୍କ୍ ରାଜନୀତିରେ ଜଡ଼ିତ ନୁହେଁ। ଏସଂକ୍ରାନ୍ତରେ ବ୍ୟାପକ ଆଲୋଚନା ପରେ […]
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି, ବିଜେପି ଦଳ କେବେ ବି ଜାତିଗତ ଜନଗଣନା ଚିନ୍ତାଧାରାକୁ ବିରୋଧ କରିନି। କିନ୍ତୁ ବ୍ୟାପକ ଆଲୋଚନା ପରେ ଉକ୍ତ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ଛତିଶଗଡ଼ ରାୟପୁରରେ ଆଜି ଶାହଙ୍କୁ ଜାତିଗତ ଜନଗଣନା ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ସେ କହିଥିଲେ, ଆମେ ଏକ ଜାତୀୟ ରାଜନୈତିକ ଦଳ ଏବଂ ଆମେ କେବେ ବି ଭୋଟ୍ ବ୍ୟାଙ୍କ୍ ରାଜନୀତିରେ ଜଡ଼ିତ ନୁହେଁ। ଏସଂକ୍ରାନ୍ତରେ ବ୍ୟାପକ ଆଲୋଚନା ପରେ ଆମେ ନିଷ୍ପତ୍ତି ନେବୁ। କିନ୍ତୁ ନିର୍ବାଚନ ଲଢ଼ିବା ଏବଂ ଜିତିବା ପାଇଁ ଉକ୍ତ ପ୍ରସଙ୍ଗକୁ ବ୍ୟବହାର କରିବା ଆଦୌ ଠିକ୍ ନୁହେଁ। ଶାହ କହିଛନ୍ତି, ବିଜେପି କେବେ ବି ଜାତିଗତ ଜନଗଣନାକୁ ବିରୋଧ କରିନାହିଁ। କିନ୍ତୁ ବ୍ୟାପକ ଆଲୋଚନା ପରେ ଆମେ ସଠିକ୍ ସମୟରେ ଏସଂକ୍ରାନ୍ତରେ ନିଷ୍ପତ୍ତି ନେବୁ ବୋଲି ଶାହ କହିଛନ୍ତି।




