ବିଜେପି ଗୋଆରୁ କର୍ଣ୍ଣାଟକକୁ ଲୋକ କାହିଁକି ପଠାଇଛି
ନୂଆଦିଲ୍ଲୀ : କର୍ଣ୍ଣାଟକରେ ଭୋଟ ଗ୍ରହଣର ମାତ୍ର କିଛି ଘଣ୍ଟା ପୂର୍ବରୁ କଂଗ୍ରେସ ବିଜେପି ବିରୋଧରେ ଏକ ଅଭିଯୋଗ ଆଣିଛି। ବିଜେପି ଗୋଆରୁ କର୍ଣ୍ଣାଟକକୁ ରାତି ଅଧରେ ଏକ ବସ୍ ପଠାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ବସ୍ର ଭିଡିଓ ସେୟାର କରିଛି। କଂଗ୍ରେସ କହିଛି ଏହି ବସ୍ରେ ଟଙ୍କା ଏବଂ ଅନ୍ୟ କିଛି ସାମଗ୍ରୀ ଗୋଆରୁ ଆସିଛି। ଗୋଆ ବିଜେପି ସରକାର ଗୋଆରୁ କଡ଼ମ୍ବା ଟ୍ରାନ୍ସପୋର୍ଟ କର୍ପୋରେସନ ବସରେ ଲୋକଙ୍କୁ କାହିଁକି ପଠାଇଛି ବୋଲି […]
ନୂଆଦିଲ୍ଲୀ : କର୍ଣ୍ଣାଟକରେ ଭୋଟ ଗ୍ରହଣର ମାତ୍ର କିଛି ଘଣ୍ଟା ପୂର୍ବରୁ କଂଗ୍ରେସ ବିଜେପି ବିରୋଧରେ ଏକ ଅଭିଯୋଗ ଆଣିଛି। ବିଜେପି ଗୋଆରୁ କର୍ଣ୍ଣାଟକକୁ ରାତି ଅଧରେ ଏକ ବସ୍ ପଠାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ବସ୍ର ଭିଡିଓ ସେୟାର କରିଛି। କଂଗ୍ରେସ କହିଛି ଏହି ବସ୍ରେ ଟଙ୍କା ଏବଂ ଅନ୍ୟ କିଛି ସାମଗ୍ରୀ ଗୋଆରୁ ଆସିଛି। ଗୋଆ ବିଜେପି ସରକାର ଗୋଆରୁ କଡ଼ମ୍ବା ଟ୍ରାନ୍ସପୋର୍ଟ କର୍ପୋରେସନ ବସରେ ଲୋକଙ୍କୁ କାହିଁକି ପଠାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ା କହିଛନ୍ତି, ମୋଦୀଙ୍କ ରାଲି ପୂର୍ବରୁ ଗୋଆରୁ ଲୋକମାନଙ୍କୁ କର୍ଣ୍ଣାଟକ ଅଣାଯାଇଛି। କଂଗ୍ରେସର ରଣଦୀପ ସିଂହ ସୂର୍ଯେୱାଲା କର୍ଣ୍ଣାଟକ ଡିଜିପିଙ୍କୁ ଟ୍ୟାଗ୍ କରି କହିଛନ୍ତି, କର୍ଣ୍ଣାଟକରେ କ’ଣ ଚାଲିଛି। ଉଲ୍ଲେଖଯୋଗ୍ୟ ଯେ ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ଇତିହାସ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆଜି ସକାଳ ୭ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ।




