ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାମ ଭାଗ୍ୟନଗର ହେବ : କେନ୍ଦ୍ରମନ୍ତ୍ରୀ
ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ସଭାପତି ଏବଂ କେନ୍ଦ୍ର ମନ୍ତ୍ରୀ ଜି କିଷନ ରେଡ୍ଡୀ ସୋମବାର କହିଛନ୍ତି, ଯଦି ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିବ ତେବେ ହାଇଦ୍ରାବାଦ ସହରକୁ ‘ଭାଗ୍ୟନଗର’ ନାମରେ ନାମିତ କରାଯିବ। ସାମ୍ବାଦିକମାନଙ୍କୁ ଶ୍ରୀ ରେଡ୍ଡୀ କହିଛନ୍ତି, ମାଡ୍ରାସ, ବମ୍ବେ ଓ କଲିକତା ଭଳି ସହରର ନାମ ପରିବର୍ତ୍ତନ କରାଯାଇଛି। ବିଜେପି ସରକାର କ୍ଷମତାକୁ ଆସିଲେ ଆମେ ନିଶ୍ଚିତ ଭାବରେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରିବୁ। ମୁଁ ପଚାରୁଛି ହାଇଦର କିଏ? ଆମକୁ ହାଇଦର ଦରକାର […]
ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ସଭାପତି ଏବଂ କେନ୍ଦ୍ର ମନ୍ତ୍ରୀ ଜି କିଷନ ରେଡ୍ଡୀ ସୋମବାର କହିଛନ୍ତି, ଯଦି ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିବ ତେବେ ହାଇଦ୍ରାବାଦ ସହରକୁ ‘ଭାଗ୍ୟନଗର’ ନାମରେ ନାମିତ କରାଯିବ। ସାମ୍ବାଦିକମାନଙ୍କୁ ଶ୍ରୀ ରେଡ୍ଡୀ କହିଛନ୍ତି, ମାଡ୍ରାସ, ବମ୍ବେ ଓ କଲିକତା ଭଳି ସହରର ନାମ ପରିବର୍ତ୍ତନ କରାଯାଇଛି। ବିଜେପି ସରକାର କ୍ଷମତାକୁ ଆସିଲେ ଆମେ ନିଶ୍ଚିତ ଭାବରେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରିବୁ। ମୁଁ ପଚାରୁଛି ହାଇଦର କିଏ? ଆମକୁ ହାଇଦର ଦରକାର କି? ହାଇଦର କେଉଁଠାରୁ ଆସିଛି? ବିଜେପି କ୍ଷମତାକୁ ଆସିଲେ ନିଶ୍ଚିତ ଭାବେ ହାଇଦରକୁ ହଟାଇ ଭାଗ୍ୟନଗର ନାମରେ ନାମିତ କରିବୁ। କାହିଁକି ନାମ ବଦଳାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ମାଡ୍ରାସର ନାମ ବିଜେପି ବଦଳାଇ ଚେନ୍ନାଇ ରଖିନାହିଁ ବରଂ ଡିଏମ୍କେ ସରକାର ବଦଳାଇଛନ୍ତି। ମାଡ୍ରାସକୁ ଚେନ୍ନାଇ, ବମ୍ବେକୁ ମୁମ୍ବାଇ, କାଲ୍କାଟାକୁ କୋଲକାତା, ରାଜପଥକୁ କର୍ତବ୍ୟ ପଥ ନାମରେ ନାମିତ କରାଯାଇଥିବା ବେଳେ ହାଇଦ୍ରାବାଦର ନାମ ଭାଗ୍ୟନଗର କରିବାରେ ଭୁଲ୍ କ’ଣ? ନାମ ପରିବର୍ତ୍ତନ ନେଇ ବିଜେପି ବୁଦ୍ଧିଜୀବୀଙ୍କ ପରାମର୍ଶ ନେବ ବୋଲି ସେ କହିଛନ୍ତି।




