ବିଜେପି କ୍ଷମତାକୁ ଆସିଲେ ତେଲେଙ୍ଗାନାକୁ ମିଳିବ ଓବିସି ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର କରି ବିଆର୍ଏସ (ଭାରତ ରାଷ୍ଟ୍ର ସମିତି) ସଭାପତି କେସିଆର୍ ( କେ ଚନ୍ଦ୍ରଶେଖର ରାଓ)ଙ୍କ ଉପରେ ବର୍ଷିଛନ୍ତି। ବିଆର୍ଏସ୍ ରାଜ୍ୟର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଠକିଛି ବୋଲି ଶାହ ଦାବି କରିଛନ୍ତି। ସୂର୍ଯ୍ୟପେଟରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ ଶାହ କହିଛନ୍ତି, ଗତ ସାଢ଼େ ୯ ବର୍ଷ ଧରି ବିଆର୍ଏସ କେବଳ ଦଳିତ , ଆଦିବାସୀ ଏବଂ ଓବିସି ସମ୍ପ୍ରଦାୟର ଲୋକଙ୍କୁ ଠକିଛି। […]

Samaya Live Picture
Published On

ହାଇଦ୍ରାବାଦ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର କରି ବିଆର୍ଏସ (ଭାରତ ରାଷ୍ଟ୍ର ସମିତି) ସଭାପତି କେସିଆର୍ ( କେ ଚନ୍ଦ୍ରଶେଖର ରାଓ)ଙ୍କ ଉପରେ ବର୍ଷିଛନ୍ତି। ବିଆର୍ଏସ୍ ରାଜ୍ୟର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଠକିଛି ବୋଲି ଶାହ ଦାବି କରିଛନ୍ତି। ସୂର୍ଯ୍ୟପେଟରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ ଶାହ କହିଛନ୍ତି, ଗତ ସାଢ଼େ ୯ ବର୍ଷ ଧରି ବିଆର୍ଏସ କେବଳ ଦଳିତ , ଆଦିବାସୀ ଏବଂ ଓବିସି ସମ୍ପ୍ରଦାୟର ଲୋକଙ୍କୁ ଠକିଛି। ବିଆର୍ଏସ୍ ହେଉଛି ଗରିବ ବିରୋଧୀ ଏବଂ ଦୁର୍ବଳ ଶ୍ରେଣୀ ବିରୋଧୀ। ଗରିବଙ୍କ ବିକାଶ ପାଇଁ ଏହା ଦେଇଥିବା ବିଭିନ୍ନ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି। ଶାହ କହିଛନ୍ତି, କେସିଆର ପ୍ରତିଶ୍ରୁତି ଦେଇଥିଲେ ଯେ ୨୦୧୪ରେ ସେ କ୍ଷମତାକୁ ଆସିଲେ ଓବିସିରୁ ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ସେ ଏହି ପ୍ରତିଶ୍ରୁତି ପୂରଣ କଲେନି। ଏବେ ସେ ତାଙ୍କ ପୁଅ କେଟି ରାମ ରାଓଙ୍କୁ ତାଙ୍କର ଉତ୍ତରାଧିକାରୀ କରିବାପାଇଁ ଚାହାନ୍ତି। କିନ୍ତୁ ଯଦି ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିବ ତେବେ ଜଣେ ଓବିସି ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଶାହ କହିଛନ୍ତି।

Tags: