ବିଜେପି ଇଣ୍ଡିଆ ମେଣ୍ଟ ସଦସ୍ୟକୁ ଗିରଫ ଯୋଜନା କରିଛି : ରାଘବ ଚଢ଼ା
ନୂଆଦିଲ୍ଲୀ, ୧/୧୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ୍କୁ ବିରୋଧ କରି ଆପ୍ ନେତା ରାଘବ ଚଢ଼ା ବିଜେପି ଉପରେ ବର୍ଷିଛନ୍ତି। ରାଘବ ଚଢ଼ା ଦାବି କରିଛନ୍ତି ଯେ ବିଜେପିର ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଗିରଫ କରିବାକୁ ଯାଉଛନ୍ତି। ତେବେ ଆମେ ସମସ୍ତେ ଜାଣିଛୁ ଯେ ଯଦି ଇଣ୍ଡିଆ ମେଣ୍ଟ ଦିଲ୍ଲୀରେ ସମସ୍ତ ୭ ଆସନରେ ଲଢ଼ିବ ତେବେ ବିଜେପି ସମସ୍ତ ଆସନରେ ହାରିଯିବ। ତେଣୁ ବିଜେପି ଭୟରେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କୁ […]
ନୂଆଦିଲ୍ଲୀ, ୧/୧୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ୍କୁ ବିରୋଧ କରି ଆପ୍ ନେତା ରାଘବ ଚଢ଼ା ବିଜେପି ଉପରେ ବର୍ଷିଛନ୍ତି। ରାଘବ ଚଢ଼ା ଦାବି କରିଛନ୍ତି ଯେ ବିଜେପିର ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଗିରଫ କରିବାକୁ ଯାଉଛନ୍ତି। ତେବେ ଆମେ ସମସ୍ତେ ଜାଣିଛୁ ଯେ ଯଦି ଇଣ୍ଡିଆ ମେଣ୍ଟ ଦିଲ୍ଲୀରେ ସମସ୍ତ ୭ ଆସନରେ ଲଢ଼ିବ ତେବେ ବିଜେପି ସମସ୍ତ ଆସନରେ ହାରିଯିବ। ତେଣୁ ବିଜେପି ଭୟରେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କୁ ଗିରଫ ଯୋଜନା କରିଛି ଏବଂ ଏହି ତାଲିକାର ପ୍ରଥମରେ ଦିଲ୍ଲିୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅଛନ୍ତି। ବିଜେପିର ଯୋଜନା ହେଉଛି ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ଏବଂ ଦିଲ୍ଲୀରେ ୭ ଆସନରେ ଜିତିବା। ବିଜେପିର ପରବର୍ତ୍ତୀ ଟାର୍ଗେଟ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ଯଦି ଆପର ସବୁ ନେତାଙ୍କୁ ଜେଲ୍ ପଠାଯାଏ ତେବେ ଦିଲ୍ଲୀ ସରକାର ଏବଂ ଆପ୍ ଦଳ ଜେଲ୍ରୁ ଚାଲିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଯଦି ଆସନ୍ତା ନଭେମ୍ବର ୨ ତାରିଖରେ ଇଡିରେ ହାଜର ହେବା ସମୟରେ ଗିରଫ କରାଯାଏ ତେବେ ଆପର ପରବର୍ତ୍ତୀ ଯୋଜନା କ’ଣ ରହିବ ସେନେଇ ପ୍ରଶ୍ନ କରିବାରୁ ମନ୍ତ୍ରୀ ଭରଦ୍ବାଜ କହିଛନ୍ତି, ସବୁ ଆପ୍ ନେତାଙ୍କୁ ଜେଲରେ ପୂରାଇ ଦେଲେ ବି ଦିଲ୍ଲୀ ସରକାର ଜେଲ୍ରୁ ଚାଲିବ। ବିଜେପି ଆପ୍ ଦଳକୁ ଶେଷ କରିଦେବାକୁ ଚାହେ ବୋଲି ସେ ତାଙ୍କ ଦଳର ପୂର୍ବ ଦାବିକୁ ଦୋହରାଇଛନ୍ତି।




