ବିଜେପି ଆମକୁ ସାବତମା’ ଭଳି ବ୍ୟବହାର ଦେଖାଉଛି : ସିନ୍ଦେ ଗୋଷ୍ଠୀ

ନୂଆଦିଲ୍ଲୀ : ରାଜ୍ୟରେ ୪୮ ଲୋକସଭା ଆସନ ମଧ୍ୟରୁ ୨୨ଟି ଆସନ ଦାବି କରିବାର ଦିନକ ପରେ ଆଜି ପୁଣି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀର ସଦସ୍ୟ ବିଜେପି ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ବିଜେପି ସିନ୍ଦେ ଗୋଷ୍ଠୀ ପ୍ରତି ସାବତ ମା’ ଭଳି ଆଚରଣ ଦେଖାଉଛି ବୋଲି ଶିବସେନା ସାଂସଦ ଗଜାନନ୍‌ କିର୍ତ୍ତିକାର କହିଛନ୍ତି। ସେ କହିଛନ୍ତି, ୨୦୧୯ରେ ସେନା ୨୨ଟି ଆସନରେ ନିର୍ବାଚନ ଲଢ଼ିଥିଲା। ଏହି ସମାନ ଆସନ ଦାବି କରିବା […]

Samaya Live Picture
Published On

ନୂଆଦିଲ୍ଲୀ : ରାଜ୍ୟରେ ୪୮ ଲୋକସଭା ଆସନ ମଧ୍ୟରୁ ୨୨ଟି ଆସନ ଦାବି କରିବାର ଦିନକ ପରେ ଆଜି ପୁଣି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀର ସଦସ୍ୟ ବିଜେପି ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ବିଜେପି ସିନ୍ଦେ ଗୋଷ୍ଠୀ ପ୍ରତି ସାବତ ମା’ ଭଳି ଆଚରଣ ଦେଖାଉଛି ବୋଲି ଶିବସେନା ସାଂସଦ ଗଜାନନ୍‌ କିର୍ତ୍ତିକାର କହିଛନ୍ତି। ସେ କହିଛନ୍ତି, ୨୦୧୯ରେ ସେନା ୨୨ଟି ଆସନରେ ନିର୍ବାଚନ ଲଢ଼ିଥିଲା। ଏହି ସମାନ ଆସନ ଦାବି କରିବା ସେନା ପାଇଁ ସ୍ବାଭାବିକ କଥା। ତେବେ ଦୀପକ କେସରକର କହିଛନ୍ତି, କାହାର କିଛି ଚିନ୍ତା କରିବାର ନାହିଁ। ଦୁଇ ୨ ଦଳ ବିଜେପି ଏବଂ ସିନ୍ଦେ ଗୋଷ୍ଠୀ ମଧ୍ୟରେ ସମ୍ପୂର୍ଣ୍ଣ ବୁଝାମଣା ରହିଛି। ସଠିକ ସମୟ‌ରେ ସିଟ୍‌ ଆବଣ୍ଟନ ହେବ। ତେବେ କିର୍ତ୍ତିକାର କହିଛନ୍ତି, ଲୋକସଭା ପାଇଁ ଆସନ ଦାବି କରିବାର ପ୍ରଶ୍ନ ଉଠୁନାହିଁ । ୨୨ଟି ଆସନ ଆମର। ଇତି ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ବିଜେପି-ସିନ୍ଦେ ଗୋଷ୍ଠୀ ମେଣ୍ଟକୁ ୪୨ ଆସନରେ ଜିତାଇବା ପାଇଁ ବିଜେପି କର୍ମୀମାନଙ୍କୁ କଠିନ ପରିଶ୍ରମ କରିବାକୁ କହିଛନ୍ତି।

Tags: