ବିଜେପି ଆଇଟି ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟଙ୍କ ବିରୋଧରେ ଏତଲା ଦେଲା କଂଗ୍ରେସ
ବେଙ୍ଗାଲୁରୁ: ବିଜେପିର ଆଇଟି ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ପୁଲିସ୍ରେ ଏତଲା ଦିଆଯିବା ସହ ନିର୍ମାଚନ କମିସନ୍ଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା କଂଗ୍ରେସର ‘ମୁସିଲିମ୍ ପ୍ରୀତି’ ଭିଡ଼ିଓକୁ ନେଇ ଏହି ଅଭିଯୋଗ ହୋଇଛି। କର୍ଣ୍ଣାଟକ କଂଗ୍ରେସ କମିଟି ପକ୍ଷରୁ ସଞ୍ଚାର ବିଭାଗ ଅଧ୍ୟକ୍ଷ ରମେଶ ବାବୁ ନିଜର ଅଭିଯୋଗରେ ଦର୍ଶାଇଛନ୍ତି ଯେ ସାମାଜିକ ଗଣମାଧ୍ୟମ ଏକ୍ସରେ ଅମିତ ମାଲବ୍ୟ ଏକ ଭିଡ଼ିଓ ପୋଷ୍ଟ୍ କରିଛନ୍ତି। ଏଥିରେ […]
ବେଙ୍ଗାଲୁରୁ: ବିଜେପିର ଆଇଟି ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ପୁଲିସ୍ରେ ଏତଲା ଦିଆଯିବା ସହ ନିର୍ମାଚନ କମିସନ୍ଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା କଂଗ୍ରେସର ‘ମୁସିଲିମ୍ ପ୍ରୀତି’ ଭିଡ଼ିଓକୁ ନେଇ ଏହି ଅଭିଯୋଗ ହୋଇଛି। କର୍ଣ୍ଣାଟକ କଂଗ୍ରେସ କମିଟି ପକ୍ଷରୁ ସଞ୍ଚାର ବିଭାଗ ଅଧ୍ୟକ୍ଷ ରମେଶ ବାବୁ ନିଜର ଅଭିଯୋଗରେ ଦର୍ଶାଇଛନ୍ତି ଯେ ସାମାଜିକ ଗଣମାଧ୍ୟମ ଏକ୍ସରେ ଅମିତ ମାଲବ୍ୟ ଏକ ଭିଡ଼ିଓ ପୋଷ୍ଟ୍ କରିଛନ୍ତି। ଏଥିରେ ଦେଖାଯାଇଛି ଯେ ରାହୁଲ ଗାନ୍ଧୀ ଓ ସିଦ୍ଦରମୈୟାଙ୍କ ଏକ ଅଣ୍ଡା ସହ ଖେଳୁଛନ୍ତି। ଏହି ଅଣ୍ଡାରେ ‘ମୁସଲିମ୍’ବୋଲି ଲେଖାଯାଇଛି। ଏକ ପକ୍ଷୀ ବସାରେ ଥିବା ଅନ୍ୟ ତିନିଟି ଅଣ୍ଡାରେ ଏସ୍ସି, ଏସ୍ଟି ଏବଂ ଓବିସି ଲେଖାଯାଇଛି। ରାହୁଲ ଗାନ୍ଧୀ ‘ମୁସଲିମ୍’ ଲେଖାଥିବା ଅଣ୍ଡାକୁ ‘ପାଣ୍ଠି’ ଖାଇବାକୁ ଦେଉଛନ୍ତି। ପରେ ‘ମୁସ୍ଲିମ ଅଣ୍ଡା’ ଅନ୍ୟ ତିନି ଅଣ୍ଡାକୁ ଗୋଇଠା ମାରି ପକ୍ଷୀବସାରୁ ଖସାଇଦେଉଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ରଙ୍କ ନିର୍ଦ୍ଦେଶରେ ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା, ବିଦ୍ବେଷ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଭିଡ଼ିଓଟି ମାଲବ୍ୟ ପୋଷ୍ଟ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।




