ବିଜେପିର ରାମ ଏବଂ ଭାରତ ମାତାକୁ ତାମିଲନାଡ଼ୁ କେବେ ବି ଗ୍ରହଣ କରିବନି : ଡିଏମକେ ସାଂସଦ

ନୂଆଦିଲ୍ଲୀ : ଡିଏମକେ ସାଂସଦ ଏ ରାଜା ମଙ୍ଗଳବାର କହିଛନ୍ତି, ତାମିଲନାଡ଼ୁ କେବେ ବି ବିଜେପିର ଜୟ ଶ୍ରୀ ରାମ ଏବଂ ଭାରତ ମାତା ବିଚାରଧାରାକୁ ଗ୍ରହଣ କରିବନି। ଏ ରାଜା ଏଭଳି ଟିପ୍ପଣୀ କରି ସଦ୍ୟ ବିବାଦ ସୃଷ୍ଟି କରିଛନ୍ତି। ଡିଏମକେ ନେତାଙ୍କର ଏଭଳି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି କହିଛି ଡିଏମକେ ନେତାମାନେ ଲଗାତାର ଭାବେ ଘୃଣା ଭାଷଣ ଦେଉଛନ୍ତି। ମଦୁରାଇରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପୂର୍ବତନ […]

Samaya Live Picture
Published On

ନୂଆଦିଲ୍ଲୀ : ଡିଏମକେ ସାଂସଦ ଏ ରାଜା ମଙ୍ଗଳବାର କହିଛନ୍ତି, ତାମିଲନାଡ଼ୁ କେବେ ବି ବିଜେପିର ଜୟ ଶ୍ରୀ ରାମ ଏବଂ ଭାରତ ମାତା ବିଚାରଧାରାକୁ ଗ୍ରହଣ କରିବନି। ଏ ରାଜା ଏଭଳି ଟିପ୍ପଣୀ କରି ସଦ୍ୟ ବିବାଦ ସୃଷ୍ଟି କରିଛନ୍ତି। ଡିଏମକେ ନେତାଙ୍କର ଏଭଳି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି କହିଛି ଡିଏମକେ ନେତାମାନେ ଲଗାତାର ଭାବେ ଘୃଣା ଭାଷଣ ଦେଉଛନ୍ତି। ମଦୁରାଇରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସେମାନଙ୍କର ତଥା ବିଜେପିର ବର୍ଣ୍ଣନା ଅନୁଯାୟୀ ଯଦି ତୁମେମାନେ କହିବ ଏହା ଏହି ଭଗବାନ, ଏହା ଜୟଶ୍ରୀରାମ, ଏହା ଭାରତ ମାତା କୀ ଜୟ, ତେବେ ତାମିଲନାଡ଼ୁ କେବେ ବି ଭାରତ ମାତା ଏବଂ ଜୟ ଶ୍ରୀରାମକୁ ଗ୍ରହଣ କରିବନି। ଡିଏମେ ନେତା ମଧ୍ୟ କହିଛନ୍ତି, ଭାରତ ଏକ ରାଷ୍ଟ୍ର ନୁହେଁ ବରଂ ଏହା ଏକ ଉପମହାଦେଶ। ଗୋଟିଏ ଦେଶର ଅର୍ଥ ହେଉଛି ଗୋଟିଏ ଭାଷା, ଗୋଟିଏ ପରମ୍ପରା ଏବଂ ଗୋଟିଏ ସଂସ୍କୃତି। ଭାରତ ଏକ ରାଷ୍ଟ୍ର ନୁହେଁ ବରଂ ଏହା ଏକ ଉପମହାଦେଶ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି, ଲୋକସଭା ନିର୍ବାଚନ ପରେ ତାମିଲନାଡ଼ୁରେ ଆଉ ଡିଏକେ ରହିବନି। ଯଦି ତାମିଲନାଡ଼ୁରେ ଡିଏମକେ ରହିବନି ତେବେ ଭାରତ ରହିବନି ବୋଲି ସେ କହିଛନ୍ତି।

Tags: