ବିଜେପିର ଜାତୀୟ ମୁଖପାତ୍ର ନିଯୁକ୍ତ ହେଲେ ଆଣ୍ଟୋନିଙ୍କ ପୁଅ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନିଙ୍କୁ ବିଜେପି ଏହାର ଜାତୀୟ ମୁଖପାତ୍ର ନିଯୁକ୍ତ କରିଛି। ଅନିଲ ଚଳିତବର୍ଷ ଜାନୁଆରିରେ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଗୁଜରାଟ ଦଙ୍ଗା ପ୍ରସଙ୍ଗରେ ବିବିସି ଡକୁମେଣ୍ଟାରିକୁ ନେଇ ସେ ଦେଇଥିବା ଏକ ଟିପ୍ପଣୀକୁ ନେଇ ପ୍ରବଳ ବିବାଦ ହେବାପରେ ସେ କଂଗ୍ରେସ ଦଳ ଛାଡ଼ି ଦେଇଥିଲେ। ଡକୁମେଣ୍ଟାରି ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ଅନିଲ ବିରୋଧ କରିଥିଲେ। ତେବେ ଚଳିତ ମାସରେ ଅନିଲ ଆଣ୍ଟୋନି […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନିଙ୍କୁ ବିଜେପି ଏହାର ଜାତୀୟ ମୁଖପାତ୍ର ନିଯୁକ୍ତ କରିଛି। ଅନିଲ ଚଳିତବର୍ଷ ଜାନୁଆରିରେ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଗୁଜରାଟ ଦଙ୍ଗା ପ୍ରସଙ୍ଗରେ ବିବିସି ଡକୁମେଣ୍ଟାରିକୁ ନେଇ ସେ ଦେଇଥିବା ଏକ ଟିପ୍ପଣୀକୁ ନେଇ ପ୍ରବଳ ବିବାଦ ହେବାପରେ ସେ କଂଗ୍ରେସ ଦଳ ଛାଡ଼ି ଦେଇଥିଲେ। ଡକୁମେଣ୍ଟାରି ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ଅନିଲ ବିରୋଧ କରିଥିଲେ। ତେବେ ଚଳିତ ମାସରେ ଅନିଲ ଆଣ୍ଟୋନି ବିଜେପିର ଜାତୀୟ ମୁଖପାତ୍ର ନିଯୁକ୍ତ ହୋଇଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।




