ବିଜେପିର ଚତୁର୍ଥ ତାଲିକାରେ ରାଧିକା ଶରଥକୁମାର, ଜନ୍ ପାଣ୍ଡିଆନ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିସନ ୧୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏଥିରୁ ଜଣେ ପ୍ରାର୍ଥୀ ପୁଡ଼ୁଚେରୀର ହୋଇଥିବାବେଳେ ଅନ୍ୟ ୧୪ ଜଣ ତାମିଲନାଡ଼ୁର। ବିଜେପି ସିଇସି ଦ୍ବାରା ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଛି ବୋଲି ଦଳ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ କୁହାଯାଇଛି। ତାମିଲନାଡ଼ୁରେ ବିଜେପି ଅଭିନେତାରୁ ରାଜନେତା ବନିଥିବା ରାଧିକା ଶରଥକୁମାରଙ୍କୁ ବିରୁଧୁନଗରରୁ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିସନ ୧୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏଥିରୁ ଜଣେ ପ୍ରାର୍ଥୀ ପୁଡ଼ୁଚେରୀର ହୋଇଥିବାବେଳେ ଅନ୍ୟ ୧୪ ଜଣ ତାମିଲନାଡ଼ୁର। ବିଜେପି ସିଇସି ଦ୍ବାରା ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଛି ବୋଲି ଦଳ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ କୁହାଯାଇଛି। ତାମିଲନାଡ଼ୁରେ ବିଜେପି ଅଭିନେତାରୁ ରାଜନେତା ବନିଥିବା ରାଧିକା ଶରଥକୁମାରଙ୍କୁ ବିରୁଧୁନଗରରୁ ପ୍ରାର୍ଥୀ କରିଛି। ପନ୍ ଭି ବାଲ୍ଗଣପଥି ତିରୁବଲ୍ଲୁରରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଆରସି ପୌଲ କନଗରାଜ ଚେନ୍ନାଇ(ଉତ୍ତର), ଏ ଅଶ୍ବଥମନ ତିରୁବନ୍ନମଲାଇରୁ, କେପି ରାମଲିଙ୍ଗମ ନମକ୍କାଲ ଏବଂ ଏପି ମୁରୁଗନନ୍ଦମ ତିରୁପ୍ପୁରରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେପି କେ ବସନ୍ତରାଜନଙ୍କୁ ପୋଲ୍ଲାଚିରେ ଟିକେଟ ଦେଇଛି। କରୁର୍ ଆସନରୁ ଭିଭି ସେନ୍ଥିଲନାଥନ, ଚିଦମ୍ବରମ (ଏସସି)ରୁ ପି କାର୍ଥିୟାୟିନି, ନାଗପଟ୍ଟିନମରୁ ଏସଜିଏମ ରମେଶ, ଥଞ୍ଜଭୁର ଆସନରୁ ଏମ୍ ମୁରୁଗନନ୍ଦମ, ଶିବଗଙ୍ଗାରୁ ଦେବନାଥନ ଯାଦବ , ମଦୁରାଇରୁ ରାମ ଶ୍ରୀନିବାସନ ଏବଂ ତେନକାସି (ଏସସି)ରୁ ବି ଜିନ୍ ପାଣ୍ଡିଆନଙ୍କୁ ବିଜେପି ପ୍ରାର୍ଥୀ ଦେଇଛି। ପୁଡ଼ୁଚେରୀରେ ରାଜ୍ୟ ଗୃହ ମନ୍ତ୍ରୀ ଏ ନମଶିବାୟମ କେନ୍ଦ୍ର ଶାସିତ ଅଞ୍ଚଳରେ ଏକମାତ୍ର ଆସନରେ ନିର୍ବାଚନ ଲଢ଼ିବେ। ଉଭୟ ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅଛି।

Tags: