ବିଜେପିରେ ଯୋଗ ଦେଲେ ପୂର୍ବତନ କୂଟନୀତିଜ୍ଞ ତରନଜିତ ସିଂହ ସନ୍ଧୁ, ଅମୃତସରରୁ ଟିକେଟ ପାଇପାରନ୍ତି
ନୂଆଦିଲ୍ଲୀ : ଆମେରିକାକୁ ଭାରତର ପୂର୍ବତନ ଆମ୍ବାସାଡର ତରନଜିତ ସିଂହ ସନ୍ଧୁ ଆଜି ବିଜେପିରେ ଯୋଗ ଦେଇଛନ୍ତି।ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ସନ୍ଧୁ ବିଜେପିରେ ଯୋଗ ଦେଇଛନ୍ତି।ପୂର୍ବତନ କୂଟନୀତିଜ୍ଞ ସନ୍ଧୁ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବ ସହ ଅତି ଘନିଷ୍ଟ ଭାବେ ଜଡ଼ିତ। ମୋଦୀ ବିକାଶ ଉପରେ ଫୋକସ୍ କରନ୍ତି। ଆଜିର ଦିନରେ ବିକାଶ ବହୁତ ଜରୁରୀ। ତେବେ ଏହି ବିକାଶ ଅମୃତସରରେ ପହଞ୍ଚିବା ଉଚିତ। ତେଣୁ ମୁଁ ଦଳର […]
ନୂଆଦିଲ୍ଲୀ : ଆମେରିକାକୁ ଭାରତର ପୂର୍ବତନ ଆମ୍ବାସାଡର ତରନଜିତ ସିଂହ ସନ୍ଧୁ ଆଜି ବିଜେପିରେ ଯୋଗ ଦେଇଛନ୍ତି।ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ସନ୍ଧୁ ବିଜେପିରେ ଯୋଗ ଦେଇଛନ୍ତି।ପୂର୍ବତନ କୂଟନୀତିଜ୍ଞ ସନ୍ଧୁ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବ ସହ ଅତି ଘନିଷ୍ଟ ଭାବେ ଜଡ଼ିତ। ମୋଦୀ ବିକାଶ ଉପରେ ଫୋକସ୍ କରନ୍ତି। ଆଜିର ଦିନରେ ବିକାଶ ବହୁତ ଜରୁରୀ। ତେବେ ଏହି ବିକାଶ ଅମୃତସରରେ ପହଞ୍ଚିବା ଉଚିତ। ତେଣୁ ମୁଁ ଦଳର ସଭାପତି, ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାରନେ ମତେ ଦେଶର ସେବା କରିବାପାଇଁ ଏହି ନୂଆ ରାସ୍ତାରେ ଆଣିଛନ୍ତି। ଅମୃତସରର ସନ୍ଧୁଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଅମୃତସରରୁ ଟିକେଟ ମିଳିପାରେ। ବିଜେପିରେ ଯୋଗ ଦେବାପରେ ସନ୍ଧୁ ଗଣମାଧ୍ୟମରେ ଯାହା କହିଛନ୍ତି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେ ଅମୃତସର ଉପରେ ଫୋକସ୍ କରୁଛନ୍ତି। ସନ୍ଧୁ କହିଛନ୍ତି, ବିଦେଶ ନୀତି ଆଜିର ଦିନରେ ବିକାଶ ସହ ଜଡ଼ିତ ଏବଂ ମୁଁ ବିଜେପିରେ ଯୋଗ ଦେବା ମଧ୍ୟ ଅମୃତସର ଉପରେ ଫୋକସ୍ କରୁଛି। ସନ୍ଧୁ ୨୦୨୦ ଫେବ୍ରୁଆରି ୩ରେ ଆମେରିକାକୁ ଆମ୍ବାସାଡର ଭାଂବେ ଦାୟିତ୍ବ ନେଇଥିଲେ




