ବିଜେପିରେ ଯୋଗ ଦେଲେ ନିଲମ୍ବିତ କଂଗ୍ରେସ ସାଂସଦ ପରନିତ କୌର
ନୂଆଦିଲ୍ଲୀ : ଲୋକସଭା ସାଂସଦ ଏବଂ ନିଲମ୍ବିତ କଂଗ୍ରେସ ନେତା ପରନୀତ କୌର ଆଜି ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି। ପରନିତ ବିଜେପିରେ ଯୋଗ ଦେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଏବଂ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର ଦ୍ବାରା ହୋଇଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। କୌର ପଂଜାବ ପଟିଆଲାରୁ ୪ ଥର ସାଂସଦ ହୋଇଛନ୍ତି। ସେ ଜଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ। ଦଳ ବିରୋଧୀ କାର୍ଯ୍ୟପାଇଁ ଗତବର୍ଷ ଫେବ୍ରୁଆରିରେ ତାଙ୍କୁ ଦଳରୁ ନିଲମ୍ବନ […]
ନୂଆଦିଲ୍ଲୀ : ଲୋକସଭା ସାଂସଦ ଏବଂ ନିଲମ୍ବିତ କଂଗ୍ରେସ ନେତା ପରନୀତ କୌର ଆଜି ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି। ପରନିତ ବିଜେପିରେ ଯୋଗ ଦେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଏବଂ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର ଦ୍ବାରା ହୋଇଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। କୌର ପଂଜାବ ପଟିଆଲାରୁ ୪ ଥର ସାଂସଦ ହୋଇଛନ୍ତି। ସେ ଜଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ। ଦଳ ବିରୋଧୀ କାର୍ଯ୍ୟପାଇଁ ଗତବର୍ଷ ଫେବ୍ରୁଆରିରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। କୌରଙ୍କ ସ୍ବାମୀ ଏବଂ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ି ବିଜେପି ସହ ହାତ ମିଳାଇବା ପରେ କୌରଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। କୌର ବିଜେପିକୁ ସହଯୋଗ କରିବାପାଇଁ ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ବୋଲି ପଂଜାବ କଂଗ୍ରେସ ବିଭାଗର ସଭାପତି ଅମରିନ୍ଦ ସିଂହ ରାଜା ୱାରିଙ୍ଗ ପାର୍ଟି ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରିବାପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଆଜି ଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ବିଜେପି ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରି କୌର ବିଜେପିରେ ଯୋଗ ଦେବାନେଇ ଖୁସିବ୍ୟକ୍ତ କରିଛନ୍ତି।




