ବିଜେପିରେ ଯୋଗ ଦେଲେ କର୍ଣ୍ଣାଟକ ବିଧାୟକ ଜନାର୍ଦ୍ଧନ ରେଡ୍ଡି, କୌଣସି ପଦବୀର ଆବଶ୍ୟକ ନାହିଁ କହିଲେ

ନୂଆଦିଲ୍ଲୀ: କେଆରପିପି (କର୍ଣ୍ଣାଟକ ରାଜ୍ୟ ପ୍ରଗତି ପକ୍ଷ)ର ଏକମାତ୍ର ବିଧାୟକ ଜି ଜନାର୍ଦ୍ଧନ ରେଡ୍ଡି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦଳୀୟ ନେତା ବିଏସ୍ ୟେଦୁରପ୍ପା ଏବଂ ରାଜ୍ୟ ବିଜେପି ସଭାପତି ବି ୱାଇ ବିଜୟେନ୍ଦ୍ରଙ୍କ ଉପସ୍ଥିତିରେ ଜନାର୍ଦ୍ଧନ ରେଡ୍ଡି ଆଜି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ପତ୍ନୀ ଏବଂ ରାଜନେତା ଅରୁଣା ଲକ୍ଷ୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଜି ଏହି ମିଶ୍ରଣ ପର୍ବ ହୋଇଛି। ଜନାର୍ଦ୍ଧନ ରେଡ୍ଡି କହିଛନ୍ତି, […]

Samaya Live Picture
Published On

ନୂଆଦିଲ୍ଲୀ: କେଆରପିପି (କର୍ଣ୍ଣାଟକ ରାଜ୍ୟ ପ୍ରଗତି ପକ୍ଷ)ର ଏକମାତ୍ର ବିଧାୟକ ଜି ଜନାର୍ଦ୍ଧନ ରେଡ୍ଡି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦଳୀୟ ନେତା ବିଏସ୍ ୟେଦୁରପ୍ପା ଏବଂ ରାଜ୍ୟ ବିଜେପି ସଭାପତି ବି ୱାଇ ବିଜୟେନ୍ଦ୍ରଙ୍କ ଉପସ୍ଥିତିରେ ଜନାର୍ଦ୍ଧନ ରେଡ୍ଡି ଆଜି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ପତ୍ନୀ ଏବଂ ରାଜନେତା ଅରୁଣା ଲକ୍ଷ୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଜି ଏହି ମିଶ୍ରଣ ପର୍ବ ହୋଇଛି। ଜନାର୍ଦ୍ଧନ ରେଡ୍ଡି କହିଛନ୍ତି, ଆଜି ମୁଁ ମୋ ଦଳକୁ ବିଜେପି ସହ ମିଶାଇ ବିଜେପି ଦଳରେ ଯୋଗ ଦେଇଛି। ଘର ବାହୁଡ଼ା ହୋଇ ମୋଦୀଙ୍କୁ ତୃତୀୟ ଥର ସମର୍ଥନ କରିଥିବାଣରୁ ମୁଁ ଖୁବ୍ ଖୁସି ବୋଲି ସେ କହିଛନ୍ତି। ବିଜେପିରେ ରେଡ୍ଡିଙ୍କ ଯୋଗଦାନ ପରେ ବିଏସ୍ ୟେଦୁରପ୍ପା କହିଛନ୍ତି, ରେଡ୍ଡିଙ୍କ ଦ୍ବାରା ଏହା ଖୁବ୍ ଭଲ ନିଷ୍ପତ୍ତି। ଏହା ଆମ ଦଳକୁ ସୁଦୃଢ଼ କରିବ। ଆମେ କର୍ଣ୍ଣାଟକରେ ସମସ୍ତ ୨୮ ଆସନରେ ଜିତିବୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜନାର୍ଦ୍ଧନ ରେଡ୍ଡି କେଆରପିପି ଦଳ ଆରମ୍ଭ କରିଥିଲେ ଏବଂ ନିର୍ବାଚନ ଲଢ଼ିଥିଲେ। ସେ ମଧ୍ୟ ଗଙ୍ଗାବତୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତିଥିଲେ। ପୂର୍ବ ସରକାରରେ ଜନାର୍ଦ୍ଧନ ରେଡ୍ଡି ଜଣେ ମନ୍ତ୍ରୀ ଥିଲେ। ତେବେ ଜନାର୍ଦ୍ଧନ ରେଡ୍ଡିଙ୍କ ୨ ଭାଇ ଜି କରୁଣାକର ରେଡ୍ଡି ଏବଂ ଜି ସୋମାରଶେକର ରେଡ୍ଡି ଗତବର୍ଷ ବିଧାନସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ହାରି ଯାଇଥିଲେ। କର୍ଣ୍ଣାଟକରେ ୨୮ ଲୋକସଭା ଆସନରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏପ୍ରିଲ ୨୮ରେ ଗୋଟିଏ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଥିବାବେଳେ ମେ’ ୭ ତାରିଖରେ ଅନ୍ୟ ଏକ ପର୍ଯ୍ୟାୟରେ ଭୋଟ୍ ଅଛି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।

Tags: