ବିଜେପିରେ ଯୋଗ ଦେଲେ ଉତ୍ତରାଖଣ୍ଡ କଂଗ୍ରେସ ନେତା ରାଜେନ୍ଦ୍ର ଭଣ୍ଡାରି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର କଂଗ୍ରେସ ନେତା ରାଜେନ୍ଦ୍ର ଭଣ୍ଡାରୀ ରବିବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡ଼ିବାର କିଛି ଘଣ୍ଟା ପରେ ରାଜେନ୍ଦ୍ର ଭଣ୍ଡାରୀ ବିଜେପିରେ ଯୋଗ ଦେଇଛନ୍ତି। ବଦ୍ରିନାଥ ବିଧାନସଭା କ୍ଷେତ୍ରର ଏହି ୬୦ ବର୍ଷୀୟ ନେତା ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି। ଭଣ୍ଡାରୀଙ୍କୁ ଦଳକୁ ସ୍ବାଗତ କରି ଗୋୟଲ କହିଛନ୍ତି, […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର କଂଗ୍ରେସ ନେତା ରାଜେନ୍ଦ୍ର ଭଣ୍ଡାରୀ ରବିବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡ଼ିବାର କିଛି ଘଣ୍ଟା ପରେ ରାଜେନ୍ଦ୍ର ଭଣ୍ଡାରୀ ବିଜେପିରେ ଯୋଗ ଦେଇଛନ୍ତି। ବଦ୍ରିନାଥ ବିଧାନସଭା କ୍ଷେତ୍ରର ଏହି ୬୦ ବର୍ଷୀୟ ନେତା ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି। ଭଣ୍ଡାରୀଙ୍କୁ ଦଳକୁ ସ୍ବାଗତ କରି ଗୋୟଲ କହିଛନ୍ତି, ସେ ବଦ୍ରିନାଥ ଲୋକଙ୍କ ସେବା ପାଇଁ କାମ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଦୁର୍ନୀତି ମୁକ୍ତ କରିବାପାଇଁ ଏବଂ ଦେଶର ଐତିହ ସୁରକ୍ଷା ପାଇଁ ଯେଉଁଭଳି ଭାବେ କାମ କରିଛନ୍ତି ତାହା ରାଜେନ୍ଦ୍ର ଭଣ୍ଡାରୀଙ୍କୁ ଅନୁପ୍ରାଣିତ କରିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି,ବିଜେପିର ବିକାଶମୂଳକ କାର୍ଯ୍ୟ ପାଇଁ ଭଣ୍ଡାରୀ ବିଜେପିରେ ଯୋଗ ଦେଇଛନ୍ତି।

Tags: