ବିଜେପିରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂହ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆର୍ସିପି ସିଂହ ଆଜି ବିଜେପିରେ ଯୋଗ ଦେଇଚନ୍ତି। ରାମଚନ୍ଦ୍ର ପ୍ରସାଦ ସିଂହଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତରେ ଦଳ ତାଙ୍କଠାରୁ ସ୍ପଷ୍ଟୀକରଣ ମାଗିବାରେ ସେ ଜେଡିୟୁ ଛାଡ଼ି ଦେଇଥିଲେ। ଜେଡିୟୁରୁ ଇସ୍ତଫା ଦେବାପରେ ଆରସିପି ସିଂହ କହିଥିଲେ ନୀତୀଶ କୁମାର ୭ ଜନ୍ମରେ ବି ପ୍ରଧାନମନ୍ତ୍ରୀ ହୋଇପାରିବେନି। ଜେଡିୟୁକୁ ସେ ଏକ ବୁଡ଼ି ଯାଉଥିବା ଡଙ୍ଗା କହିଥିଲେ। ଆରସିପି ସିଂହ ନୀତୀଶ କୁମାରଙ୍କର ଅତି ଘନିଷ୍ଠ ଥିଲେ। କିନ୍ତୁ […]

Samaya Live Picture
Published On

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆର୍ସିପି ସିଂହ ଆଜି ବିଜେପିରେ ଯୋଗ ଦେଇଚନ୍ତି। ରାମଚନ୍ଦ୍ର ପ୍ରସାଦ ସିଂହଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତରେ ଦଳ ତାଙ୍କଠାରୁ ସ୍ପଷ୍ଟୀକରଣ ମାଗିବାରେ ସେ ଜେଡିୟୁ ଛାଡ଼ି ଦେଇଥିଲେ। ଜେଡିୟୁରୁ ଇସ୍ତଫା ଦେବାପରେ ଆରସିପି ସିଂହ କହିଥିଲେ ନୀତୀଶ କୁମାର ୭ ଜନ୍ମରେ ବି ପ୍ରଧାନମନ୍ତ୍ରୀ ହୋଇପାରିବେନି। ଜେଡିୟୁକୁ ସେ ଏକ ବୁଡ଼ି ଯାଉଥିବା ଡଙ୍ଗା କହିଥିଲେ। ଆରସିପି ସିଂହ ନୀତୀଶ କୁମାରଙ୍କର ଅତି ଘନିଷ୍ଠ ଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ସେ ମନ୍ତ୍ରୀ ପଦ ଗ୍ରହଣ କରିଥିବାରୁ ଏବଂ ବିଜେପି ସହ ତାଙ୍କ ସମ୍ପର୍କ ସୁଦୃଢ଼ କରିବାରୁ ଧୀରେଧୀରେ ନୀତୀଶ କୁମାରଙ୍କ ସହ ତାଙ୍କ ସମ୍ପର୍କ ଖରାପ ହୋଇଥିଲା।

Tags: