ବିଜେପିରେ ଯୋଗ ଦେବାପାଇଁ ଦଳ ମତେ ୨୫ କୋଟି ଦେଇଥିଲା : ଆପ୍ ବିଧାୟକ

ନୂଆଦିଲ୍ଲୀ : ଆପ୍ ବିଧାୟକ ଋତୁରାଜ ଝା ସୋମବାର ଦିଲ୍ଲୀ ବିଧାନସଭାରେ ଅଭିଯୋଗ କରିଛନ୍ତି ଯେ ଆପ୍ ଦଳ ଛାଡ଼ି ବିଜେପିରେ ଯୋଗ ଦେବାପାଇଁ ତାଙ୍କୁ ୨୦ କୋଟି ଟଙ୍କାର ଅଫର୍ ମିଳିଥିଲା। ଆପ୍ ଦଳ ଛାଡ଼ି ୧୦ ବିଧାୟକଙ୍କ ସହ ସେ ବିଜେପିରେ ଯୋଗ ଦେତବାପାଇଁ ୨୫ କୋଟି ଟଙ୍କାର ଅଫର ମିଳିଥିଲା ବୋଲି ଋତୁରାଜ ଝା କହିଛନ୍ତି। ବିଜେପି ଦିଲ୍ଲୀ ସରକାର ଭାଙ୍ଗିଦେବାପାଇଁ ଚାହେ ବୋଲି ସମ୍ପୃକ୍ତ ଆପ୍ ନେତା ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ : ଆପ୍ ବିଧାୟକ ଋତୁରାଜ ଝା ସୋମବାର ଦିଲ୍ଲୀ ବିଧାନସଭାରେ ଅଭିଯୋଗ କରିଛନ୍ତି ଯେ ଆପ୍ ଦଳ ଛାଡ଼ି ବିଜେପିରେ ଯୋଗ ଦେବାପାଇଁ ତାଙ୍କୁ ୨୦ କୋଟି ଟଙ୍କାର ଅଫର୍ ମିଳିଥିଲା। ଆପ୍ ଦଳ ଛାଡ଼ି ୧୦ ବିଧାୟକଙ୍କ ସହ ସେ ବିଜେପିରେ ଯୋଗ ଦେତବାପାଇଁ ୨୫ କୋଟି ଟଙ୍କାର ଅଫର ମିଳିଥିଲା ବୋଲି ଋତୁରାଜ ଝା କହିଛନ୍ତି। ବିଜେପି ଦିଲ୍ଲୀ ସରକାର ଭାଙ୍ଗିଦେବାପାଇଁ ଚାହେ ବୋଲି ସମ୍ପୃକ୍ତ ଆପ୍ ନେତା ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଏକମାତ୍ର ନେତା ଯିଏ କି ୨୦୧୩, ୨୦୧୫, ୨୦୨୦ ବିଧାନସଭା ନିର୍ବାଚନ ଏବଂ ୨୦୨୦ ଏମସିଡି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହରାଇଥିଲେ। ତେବେ ଆପ୍ ବିଧାୟକମାନେ ଦଳ ଛାଡ଼ିବେନି ବୋଲି ଝା କହିଛନ୍ତି। ଝା ମଧ୍ୟ ବିଜେପି ଆକ୍ରମଣ ତୀବ୍ର କରିଛନ୍ତି। ବିଜେପି ପୁଣିଥରେ ଏହାର ଅପରେସନ ଲୋଟସ ଆରମ୍ଭ କରିଦେଇଛି ବୋଲି ସେ କହିଛନ୍ତି। ତେବେ ବିଜେପି ବିଧାୟକ ବିଜୟେନ୍ଦ୍ର ଗୁପ୍ତା ଝାଙ୍କୁ କହିଛନ୍ତି ସେ ଏନେଇ ପୁଲିସରେ ଅଭିଯୋଗ କାହିଁକି କରିନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଆପ୍ ବିଧାୟକମାନେ ଏହି ସମାନ ଅଭିଯୋଗ କରିଥିଲେ।

Tags: