ବିଜେପିରେ ଯୋଗ ଦିଅ ନହେଲେ ଜେଲ୍ ହେବ’ ଟିପ୍ପଣୀ ପାଇଁ ଅତିଶୀଙ୍କୁ ନିର୍ବାଚନ କମିସନ୍ ନୋଟିସ
ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କ ‘ବିଜେପିରେ ଯୋଗ ଦିଅ ନଚେତ୍ ଜେଲ ହେବ’ ଦାବି ପାଇଁ ତାଙ୍କୁ ଆଜି ନିର୍ବାଚନ କମିସନ ନୋଟିସ୍ କରିଛନ୍ତି। ଅତିଶୀଙ୍କର ଏହି ଟିପ୍ପଣୀ ଉପରେ ନିର୍ବାଚନ କମିସନ ତାଙ୍କଠାରୁ ଜବାବ ମାଗିଛନ୍ତି। ଏପ୍ରିଲ ୧୮ ଅପରାହ୍ନ ୧୨ଟା ସୁଦ୍ଧା ଏହି ନୋଟିସ ଉପରେ ଜବାବ ରଖିବାପାଇଁ କମିସନ୍ ଅତିଶୀଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨ ତାରିଖରେ ଅତିଶୀ କହିଥିଲେ ତାଙ୍କ ସମେତ ଆପ୍ ଦଳର ୪ ଜଣ ବରିଷ୍ଠ ନେତା […]
ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କ ‘ବିଜେପିରେ ଯୋଗ ଦିଅ ନଚେତ୍ ଜେଲ ହେବ’ ଦାବି ପାଇଁ ତାଙ୍କୁ ଆଜି ନିର୍ବାଚନ କମିସନ ନୋଟିସ୍ କରିଛନ୍ତି। ଅତିଶୀଙ୍କର ଏହି ଟିପ୍ପଣୀ ଉପରେ ନିର୍ବାଚନ କମିସନ ତାଙ୍କଠାରୁ ଜବାବ ମାଗିଛନ୍ତି। ଏପ୍ରିଲ ୧୮ ଅପରାହ୍ନ ୧୨ଟା ସୁଦ୍ଧା ଏହି ନୋଟିସ ଉପରେ ଜବାବ ରଖିବାପାଇଁ କମିସନ୍ ଅତିଶୀଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨ ତାରିଖରେ ଅତିଶୀ କହିଥିଲେ ତାଙ୍କ ସମେତ ଆପ୍ ଦଳର ୪ ଜଣ ବରିଷ୍ଠ ନେତା ଖୁବ୍ ଶୀଘ୍ର ଗିରଫ ହେବେ। ବିଜେପି ମଧ୍ୟ ତାଙ୍କୁ ଜଣେ ଘନିଷ୍ଠ ବ୍ୟକ୍ତିଙ୍କ ଦ୍ବାରା ଦଳରେ ଯୋଗ ଦେବାପାଇଁ ଅନୁରୋଧ କରିଥିଲା ନଚେତ ମାସକ ମଧ୍ୟରେ ଇଡି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାପାଇଁ କହିଥିଲା ବୋଲି ଅତିଶୀ ଦାବି କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀ କରି ଅତିଶୀ କହିଥିଲେ ସେ ଏବଂ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ, ବିଧାୟକ ଦୂର୍ଗେଶ ପାଠକ ଏବଂ ରାଜ୍ୟସଭା ସାଂସଦ ରାଘବ ଚଢ଼ା ଖୁବ୍ ଶୀଘ୍ର ଗିରଫ ହେବେ। ତେବେ ଅତିଶୀ ଏଭଳି ଦାବି କରିବାର ଦିନକ ପରେ ବିଜେପି ତାଙ୍କ ନିକଟକୁ ମାନହାନି ନୋଟିସ ପଠାଇଛି। ଏହାପରେ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ଦାବି କରିଥିଲେ ଯେ ଅତିଶୀ ମିଛ କହୁଛନ୍ତି।




