ବିଜେପିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ

ଚଣ୍ଡୀଗଡ଼: ଦେଶର ସବୁଠାରୁ ଧନୀ ମହିଳା ତଥା ହରିୟାଣା କଂଗ୍ରେସର ବରିଷ୍ଠ ନେତ୍ରୀ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବୁଧବାର ସେ କଂଗ୍ରେସ ଦଳ ଛାଡ଼ିବା ପରେ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ହିସାରରେ ଅନୁଷ୍ଠିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ଅନ୍ୟ ଦଳୀୟ ନେତା ଉପସ୍ଥିତ ଥିଲେ। ବିଜେପିରେ ଯୋଗ ଦେବା ପରେ ସାବିତ୍ରୀ ଜିନ୍ଦଲ କହିଛନ୍ତି […]

Samaya Live Picture
Published On

ଚଣ୍ଡୀଗଡ଼: ଦେଶର ସବୁଠାରୁ ଧନୀ ମହିଳା ତଥା ହରିୟାଣା କଂଗ୍ରେସର ବରିଷ୍ଠ ନେତ୍ରୀ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବୁଧବାର ସେ କଂଗ୍ରେସ ଦଳ ଛାଡ଼ିବା ପରେ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ହିସାରରେ ଅନୁଷ୍ଠିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ଅନ୍ୟ ଦଳୀୟ ନେତା ଉପସ୍ଥିତ ଥିଲେ। ବିଜେପିରେ ଯୋଗ ଦେବା ପରେ ସାବିତ୍ରୀ ଜିନ୍ଦଲ କହିଛନ୍ତି ଯେ ସେ ହିସାର ଲୋକଙ୍କ ପାଇଁ ୧୦ ବର୍ଷ ଧରି ସେବା କରି ଆସିଛନ୍ତି। ହିସାର ଲୋକମାନେ ତାଙ୍କ ପରିବାର ସଦସ୍ୟ ଅଟନ୍ତି।୮୪ ବର୍ଷୀୟ ସାବିତ୍ରୀ ଜିନ୍ଦଲ, ଜଣାଶୁଣା ଶିଳ୍ପପତି ତଥା କୁରୁକ୍ଷେତ୍ରର କଂଗ୍ରେସ ସାଂସଦ ନବୀନ ଜିନ୍ଦଲଙ୍କ ମା’। ୨୦୧୪ରେ ସେ ବିଜେପିର କମଲ ଗୁପ୍ତାଙ୍କ ଠାରୁ ପରାଜିତ ହୋଇଥିଲେ। ଏହାପୂର୍ବରୁ ସେ ଦୁଇଥର ବିଧାୟକ ଭାବେ ଜିତିଥିବା ବେଳେ ଥରେ ଭୂପିନ୍ଦର ସିଂହ ହୁଡାଙ୍କ କ୍ୟାବିନେଟ୍ରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ତିନି ଦିନ ପୂର୍ବେ ତାଙ୍କ ପୁଅ ନବୀନ ଜିନ୍ଦଲ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି।

Tags: