ବିଜେପିରେ ଯୋଗଦେଲେ ଉତ୍ତରପ୍ରଦେଶ ଏଟାର ପୂର୍ବତନ ସମାଜବାଦୀ ପାର୍ଟି ସାଂସଦ ଦେବେନ୍ଦ୍ର ଯାଦବ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଏଟାର ପୂର୍ବତନ ସମାଜବାଦୀ ପାର୍ଟି ସାଂସଦ ଦେବେନ୍ଦ୍ର ଯାଦବ ଆଜି ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସମାଜବାଦୀ ପାର୍ଟି ମୁଖପାତ୍ର ରାଜକୁମାର ଭଟି ଅଭିଯୋଗ କରିଛନ୍ତି ଯେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏବଂ ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାର ଭୟ ଯୋଗୁଁ ଲୋକ ବାଧ୍ୟହୋଇ ବିଜେପିରେ ଯୋଗ ଦେଉଛନ୍ତି। ଭଟି କହିଛନ୍ତି, ବିଜେପି ସିବିଆଇ ଏବଂ ଇଡିର ବ୍ୟବହାର କରି ବିରୋଧୀ ଦଳର […]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଏଟାର ପୂର୍ବତନ ସମାଜବାଦୀ ପାର୍ଟି ସାଂସଦ ଦେବେନ୍ଦ୍ର ଯାଦବ ଆଜି ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସମାଜବାଦୀ ପାର୍ଟି ମୁଖପାତ୍ର ରାଜକୁମାର ଭଟି ଅଭିଯୋଗ କରିଛନ୍ତି ଯେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏବଂ ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାର ଭୟ ଯୋଗୁଁ ଲୋକ ବାଧ୍ୟହୋଇ ବିଜେପିରେ ଯୋଗ ଦେଉଛନ୍ତି। ଭଟି କହିଛନ୍ତି, ବିଜେପି ସିବିଆଇ ଏବଂ ଇଡିର ବ୍ୟବହାର କରି ବିରୋଧୀ ଦଳର ନେତାମାନଙ୍କୁ ବିଜେପିରେ ଯୋଗ ଦେବାକୁ ବାଧ୍ୟ କରୁଛି। ନିକଟ ଅତିତରେ ମଧ୍ୟ ବିଜେପିର ଏଭଳି ଷଡ଼ଯନ୍ତ୍ର ଧରାପଡ଼ିଛି। ଉତ୍ତରଠାରୁ ଆରମ୍ଭ କରି ଦକ୍ଷିଣ ଏବଂ ପୂର୍ବଠାରୁ ଆରମ୍ଭ କରି ପଶ୍ଚିମ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହା ଚାଲିଛି ବୋଲି ସେ କହିଛନ୍ତି। ତେବେ ଏହା ବେଶୀଦିନ ଚାଲିବ ନାହିଁ। ବିଜେପିର ଏଭଳି ଷଡ଼ୟନ୍ତ୍ର ପାଇଁ ଏହା ଚଳିତ ନିର୍ବାଚନରେ ଅନେକ ଆସନ ହରାଇବ। ଉଲ୍ଲେଖଯୋଗ୍ୟ ଯେ ଦେବେନ୍ଦ୍ର ଯାଦବଙ୍କୁ ପୂର୍ବତନ ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବଙ୍କର ଘନିଷ୍ଠ ବିବେଚନା କରାଯାଏ।




